39.1 C
Bhubaneswar
Friday, April 26, 2024
Homeଓଡିଶାପୋଛିନେଲା ବିଜେଡି, ଖାତା ଖୋଲିଲେନି ବିଜେପି ଓ କଂଗ୍ରେସ

ପୋଛିନେଲା ବିଜେଡି, ଖାତା ଖୋଲିଲେନି ବିଜେପି ଓ କଂଗ୍ରେସ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ଶନିବାର ହୋଇଥିବା ପ୍ରଥମ ଦିନ ଭୋଟ ଗଣତି ଫଳାଫଳ ପ୍ରଶାସନ ପକ୍ଷରୁ ପ୍ରକାଶିତ ହୋଇଛି । ଜିଲ୍ଲାର ୨୨ ବ୍ଲକର ୨୨ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ଆସନର ବିଜୟୀ ପ୍ରାର୍ଥୀଙ୍କ ତାଲିକା ସର୍ବଜନୀନ ହୋଇଛି । ସମସ୍ତ ଆସନ୍‌ରେ କେବଳ ବିଜେଡି ପ୍ରାର୍ଥୀ ହିଁ ବିଜୟୀ ହୋଇଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଖାତା ଖୋଲିପାରିନଥିବା ଜଣାପଡିଛି । ପ୍ରକାଶିତ ତାଲିକା ଅନୁଯାୟୀ ଆସିକା ବ୍ଲକ ୧ ନମ୍ବର ଜୋନ୍ ଅନ୍ତର୍ଗତ ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ତନ୍ମୟୀ ନାୟକ ୧୧୬୮୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବେଗୁନିଆପଡା ବ୍ଲକର ୪୪ ନଂ ଜୋନ୍‌ରୁ ୧୬୪୨୫ ଖଣ୍ଡ ଭୋଟ ପାଇ ବିଜେଡି ପ୍ରାର୍ଥୀ କଲ୍ୟାଣୀ ନାୟକ ବିଜୟୀ ହୋଇଛନ୍ତି । ସେହିପରି ବେଲଗୁଣ୍ଠା ବ୍ଲକର ୪୭ ନଂ ଜୋନ୍‌ରେ ୧୧୮୬୭ ଖଣ୍ଡ ଭୋଟ ପାଇ ପୂର୍ଣ୍ଣବାସୀ ନାୟକ, ଭଞ୍ଜନଗର ବ୍ଲକ ୫୦ ନମ୍ବର ଜୋନରୁ ୧୨୭୫୮ ଭୋଟ ପାଇ ଶୈଳବାଳା ବିଷୋୟୀ, ବୁଗୁଡା ବ୍ଲକର ୪୧ ନଂ ଜୋନରୁ ୧୩୨୯୩ ଭୋଟ ପାଇ ସମିତା ସ୍ୱାଇଁ, ଛତ୍ରପୁର ବ୍ଲକର ୧୯ ନଂ ଜୋନ୍‌ରେ ୧୪୯୭୬ ଭୋଟ ପାଇ ରଶ୍ମିତା ନାହାକ, ଚିକିଟି ବ୍ଲକର ୧୬ ନଂ ଜୋନ୍‌ରୁ ୧୨୬୧୩ ଭୋଟ ପାଇ କେ. ନୀଳାବାଣୀ, ଧରାକୋଟ ବ୍ଲକ ୨୯ ନଂ ଜୋନରେ ୧୦୦୦୧ ଭୋଟରେ ପ୍ରତାପ ସ୍ୱାଇଁ, ଦିଗପହଣ୍ଡି ବ୍ଲକ ୨୫ ନଂ ଜୋନରେ ୧୫୧୬୦ ଭୋଟ ପାଇ ରାଧାକାନ୍ତ ମହାଙ୍କୁଡ, ଗଞ୍ଜାମ ବ୍ଲକର ୧୪ ନଂ ଜୋନରେ ୧୦୦୫୬ ଭୋଟ ପାଇ ସଶ୍ମିତା ସ୍ୱାଇଁ, ହିଞ୍ଜିଳିକାଟୁ ବ୍ଲକର ୬୭ ନଂ ଜୋନ୍‌ରେ ୧୧୬୮୦ ଭୋଟ ପାଇ ବାଇ. ଗୀତାଞ୍ଜଳି, ଜଗନ୍ନାଥପ୍ରସାଦ ବ୍ଲକର ୨୨ ନଂ ଜୋନରେ ୧୪୪୬୪ ଭୋଟ ପାଇ ଶିବ ସେଠୀ, କବିସୂର୍ଯ୍ୟନଗର ବ୍ଲକ ୫ ନଂ ଜୋନରେ ୧୨୨୧୨ ଭୋଟ ପାଇ ବଳରାମ ପ୍ରଧାନ, ଖଲ୍ଲିକୋଟ ବ୍ଲକର ୧୧ ନଂ ଜୋନରେ ୧୩୭୬୬ ଭୋଟ ପାଇ ସୋନମ ପଲେଇ, କୁକୁଡାଖଣ୍ଡି ବ୍ଲକ ୮ ନଂ ଜୋନରେ ୧୪୩୯୦ ଭୋଟ ପାଇ ଶିବାନି ସେଠୀ, ପାତ୍ରପୁର ବ୍ଲକର ୩୨ ନଂ ଜୋନ୍‌ରେ ୧୨୩୩୧ ଭୋଟ ପାଇ ପିଙ୍କି ବଡମୁଣ୍ଡି, ପୋଲସରା ବ୍ଲକ ୩୮ ନଂ ଜୋନରେ ୧୧୫୫୧ ଭୋଟ ପାଇ ଅଶୋକ କୁମାର ବିଷୋୟୀ, ପୁରୁଷୋତ୍ତମପୁର ବ୍ଲକ ୩୫ ନଂ ଜୋନରେ ୧୫୬୭୯ ଭୋଟ ପାଇ ପିଙ୍କି ନାହାକ, ରଙ୍ଗେଇଲୁଣ୍ଡା ବ୍ଲକ ୫୩ ନଂ ଜୋନ୍‌ରେ ୧୫୧୦୦ ଭୋଟ ପାଇ ଏସ୍‌. ରାଜେଶ୍ୱରୀ ଦୋରା, ସାନଖେମୁଣ୍ଡି ବ୍ଲକ ୫୯ ନଂ ଜୋନ୍‌ରେ ୧୪୪୬୨ ଭୋଟ ପାଇ ବିଜୟ କୁମାର ପ୍ରଧାନ, ଶେରଗଡ ବ୍ଲକ ୫୬ ନଂ ଜୋନ୍‌ରେ ୧୮୫୩୨ ଭୋଟ ପାଇ ଚିତ୍ତରଞ୍ଜନ ପାଣିଗ୍ରାହୀ, ସୋରଡା ବ୍ଲକ ୬୩ ନଂ ଜୋନ୍‌ରେ ୨୯୪୪ ଭୋଟ ପାଇ ସମରେନ୍ଦ୍ର କୁମାର ସାହୁ ବିଜୟୀ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking