29.1 C
Bhubaneswar
Monday, May 6, 2024
Homeଓଡିଶାଏଜିଙ୍କ କାର୍ଯ୍ୟବିଧି ସଂକ୍ରାନ୍ତରେ ବିଜେପି ଅଜ୍ଞ: ବିଜେଡି

ଏଜିଙ୍କ କାର୍ଯ୍ୟବିଧି ସଂକ୍ରାନ୍ତରେ ବିଜେପି ଅଜ୍ଞ: ବିଜେଡି

ଭୁବନେଶ୍ୱର: ଅଡିଟ ଆକାଉଌକ୍ଷଗ୍ଧ; ଓ ଏଜିଙ୍କ କାର୍ଯ୍ୟବିଧି ସଂକ୍ରାନ୍ତରେ ବିଜେପି ନେତ୍ରୀ
ଲେଖାଶ୍ରୀ ସାମନ୍ତସିଂହାରଙ୍କର ସାମାନ୍ୟତମ ଜ୍ଞାନ ନାହିଁ । ସେ ଆଜି ଗଣମାଧ୍ୟମରେ ରଖିଥିବା ବକ୍ତବ୍ୟରୁ ଏହା
ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ ।
ଲେଖାଶ୍ରୀଙ୍କ ବକ୍ତବ୍ୟର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ଏଜିଙ୍କ କାର୍ଯ୍ୟଧାରା ଉପରେ ବିଜେପି
ନେତ୍ରୀଙ୍କର ଧ୍ୟାନ ଧାରଣା ଥିବ ବୋଲି ଯାହା ଆଶା କରାଯାଉଥିଲା ତାହା ଆଜି ଭୁଲ୍‍ ପ୍ରମାଣିତ ହୋଇଛି । ସିଏଜି
ରିପୋର୍ଟ ଆଳରେ ସେ ଆଜି ପୁଣିଥରେ ମିଥ୍ୟା, ଭିତ୍ତିହୀନ ଓ କପୋଳକଳ୍ପିତ ଆରୋପ ରଖିଛନ୍ତି । କେବେ
ପ୍ରଶାସକ ତ କେବେ ନେତାମାନଙ୍କ ଉପରେ ମନଗଢା ଆରୋପ ଲଗାଉଛନ୍ତି ।
ବିଜେଡି ପ୍ରବକ୍ତା କହିଛନ୍ତି ଯେ ଲେଖାଶ୍ରୀଙ୍କ ଏଭଳି ବକ୍ତବ୍ୟ ପଛରେ ବୋଧେ ତାଙ୍କର ପିପିଲି ଟିକେଟ୍‌
ନପାଇବା କାରଣ ରହିଛି । ପିପିଲି ବିଧାନସଭା ଟିକେ୍‌ଟରୁ ବଞ୍ଚିତ ହେବା ସହିତ ଦିନକୁ ଦିନ ଦଳରେ
ଅପ୍ରାସଙ୍ଗିକ ହୋଇପଡିବାରୁ ସେ ଏଭଳି ବକ୍ତବ୍ୟମାନ ରଖୁଛନ୍ତି । ଗଣମାଧ୍ୟମରେ ନିଜର ଉପସ୍ଥିତି ଜାହିର ପାଇଁ
ବିଜେପି ନେତ୍ରୀ ଯେଉଁଭଳି ଭାବେ ମିଥ୍ୟା ଓ ମନଗଢା ଆରୋପ ଲଗାଉଛନ୍ତି ସେ ସଂକ୍ରାନ୍ତରେ ଓଡିଶାବାସୀ
ବେଶ୍‍ ଭଲଭାବେ ଅବଗତ ଅଛନ୍ତି ବୋଲି ସୁଶ୍ରୀ ସାହୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking