29.1 C
Bhubaneswar
Sunday, April 26, 2026
Homeଓଡିଶାବିଜେପି ସରକାର ଦୋହରା ମାପଦଣ୍ଡ ନ ଆପଣେଇ ଜୟନାରାୟଣଙ୍କ ଗିରଫ ତୁରନ୍ତ କରୁ: ବିଜେଡି

ବିଜେପି ସରକାର ଦୋହରା ମାପଦଣ୍ଡ ନ ଆପଣେଇ ଜୟନାରାୟଣଙ୍କ ଗିରଫ ତୁରନ୍ତ କରୁ: ବିଜେଡି

 ଜଣେ ଜନପ୍ରତିନିଧି ଭାବେ ତାଙ୍କ ଆଚରଣ ଉଚ୍ଚାରଣ ଗ୍ରହଣଯୋଗ୍ୟ ନୁହେଁ
 ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର‌୍ୟ୍ୟସ୍ତ, ଅଭିଯୁକ୍ତଙ୍କ ମୁହଁ ଦେଖି କାର‌୍ୟ୍ୟାନୁଷ୍ଠାନ
ଭୁବନେଶ୍ୱର : ବିଜେପି ବରିଷ୍ଠ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ରଙ୍କ ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିବା ଅନ୍ତରୀଣ ଜାମିନକୁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ପ୍ରତ୍ୟାଖ୍ୟାନ କରିବା ପରେ ବିଜୁ ଜନତା ଦଳ ତାଙ୍କ ଗିରଫ ଦାବୀ କରିଛି। ଶଙ୍ଖଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସଂସଦ ତଥା ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ ଶ୍ରୀ ମିଶ୍ରଙ୍କ ବିଶୃଙ୍ଖଳିତ ଆଚରଣ ଓ ବିଜେପି ସରକାରଙ୍କ ଆଇନ ଶୃଙ୍ଖଳା ରକ୍ଷା କରିବାରେ ଦୋହରା ମାପଦଣ୍ଡ ପାଇଁ କଟୁ ସମାଲୋଚନା କରିଥିଲେ। ଗୋଟିଏ ପଟେ, ବିଜେପି ବିଧାୟକ ବା କର୍ମୀ ଅପରାଧରେ ଲିପ୍ତ ରହୁଛନ୍ତି ଅପରପକ୍ଷରେ ବିଜେପି ସରକାର ସେମାନଙ୍କୁ ଘଣ୍ଟ ଘୋଡାଉଛି। ସେ କୁଚିଣ୍ଡା ଗଣବଳାତ୍କାର ହେଉ କି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମାମଲା ହେଉ, ବିଜେପି ସରକାର କାର‌୍ୟ୍ୟାନୁଷ୍ଠାନ ନେବା ପୂର୍ବରୁ ଅଭିଯୁକ୍ତର ଚେହେରା ଦେଖି ନେଉଛନ୍ତି। ଏହି କାରଣରୁ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର‌୍ୟ୍ୟସ୍ତ ହୋଇ ପଡିଛି। ଆଜିର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତି ରାଜ୍ୟ ସରକାରଙ୍କ କାର‌୍ୟ୍ୟଶୈଳୀ ଉପରେ ପ୍ରଶ୍ନ ସୃଷ୍ଟି କରିଛି।

ଶ୍ରୀମତୀ ଦେଓ କହିଥିଲେ, ୧୫ ଫେବୃଆରୀ ୨୦୨୩ ଦିନ ବିଜେପିର ଏକ ଧାରଣା କାର‌୍ୟ୍ୟକ୍ରମ ସମୟରେ ଶ୍ରୀ ମିଶ୍ର ଜଣେ ମହିଳା ଥାନା ଅଧିକାରୀଙ୍କୁ ଚାପୁଡ଼ା ମାରିବାର ଅଭିଯୋଗ ଆସିଥିଲା। ଏହି ଅଭିଯୋଗକୁ ଭିତ୍ତି କରି ସମ୍ବଲପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସମାଜରେ ନିଜ ବ୍ୟବହାର ମାଧ୍ୟମରେ ଜଣେ ନେତୃତ୍ୱ ନେଉଥିବା ବ୍ୟକ୍ତି ଉଦାହରଣ ସୃଷ୍ଟି କରିବାର ଆବଶ୍ୟକ ରହିଛି ବୋଲି ଟିପ୍ପଣୀ ଦେଇ ସର୍ବୋଚ୍ଚ ନ୍ୟାୟାଳୟ ଶ୍ରୀ ମିଶ୍ରଙ୍କ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ଆଚରଣକୁ ନାପସନ୍ଦ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପ୍ରଦାନ କରା ଯାଇଥିବା ଅନ୍ତରୀଣ ସୁରକ୍ଷାକୁ ମଧ୍ୟ ଉଠାଇ ଦେଇଛନ୍ତି। ଯେହେତୁ ତାଙ୍କର ଅନ୍ତରୀଣ ସୁରକ୍ଷା ଉଠାଇ ଦିଆଯାଇଛି ଓ ଆଗୁଆ ଜାମିନ ମଧ୍ୟ ପ୍ରତ୍ୟାଖାନ ହୋଇ ଯାଇଛି, ଶ୍ରୀ ମିଶ୍ରଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଆମେ ଦାବୀ କରୁଛୁ ବୋଲି ଶ୍ରୀମତୀ ଦେଓ କହିଥିଲେ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ଅନ୍ତରୀଣ ଜାମିନ ଦେବାକୁ ମନା କରିବା ସହିତ ଶ୍ରୀ ମିଶ୍ରଙ୍କ ଆଚରଣ ଉପରେ କଡ଼ା ଟିପ୍ପଣୀ ଦେଇଥିଲେ। କୋର୍ଟ ଏହି ମାମଲାରେ ଶ୍ରୀ ମିଶ୍ରଙ୍କ ବିରୋଧରେ ପ୍ରାଈମା ଫେସି ପ୍ରମାଣ ରହିଛି ବୋଲି ମନ୍ତବ୍ୟ ଦେଇଥିଲେ। ଜଣେ ମହିଳା ପୋଲିସକୁ ତାର କର୍ତ୍ତବ୍ୟ ପାଳନ କରିବାରେ ପ୍ରତିରୋଧ କରିବା ସହିତ ତାଙ୍କୁ ଜନ ସାଧାରଣଙ୍କ ସାମ୍ନାରେ ଅପମାନିତ କରାଯାଇଥିଲା ବୋଲି କୋର୍ଟ କହିଥିଲେ। ଶ୍ରୀ ମିଶ୍ର କିଡ଼ନୀ ରୋଗରେ ପୀଡିତ ଓ ସେହି ଗ୍ରାଉଣ୍ଡରେ ତାଙ୍କୁ ବେଲ ପ୍ରଦାନ ପାଇଁ ଦରଖାସ୍ତ କରିଥିଲେ ମଧ୍ୟ, ଏହି ସମ୍ବନ୍ଧୀୟ କୌଣସି ଡକ୍ୟୁମେଣ୍ଟ ଦାଖଲ କରି ନାହାନ୍ତି ବୋଲି କୋର୍ଟ ଏହାକୁ ଗ୍ରହଣ କରି ନଥିଲେ।

ଶ୍ରୀ ମିଶ୍ର ଏପରି ଅନେକ ଅପରାଧିକ ମାମଲାରେ ଜଡିତ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଜିର ଅର୍ଡର ପରେ ଶ୍ରୀ ମିଶ୍ର ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟରେ ସେ ନିଜେ ଅନେକ ଅପରାଧରେ ଜଡିତ ବୋଲି ଗର୍ବର ସହିତ ସ୍ୱୀକାର କରିଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ସରକାରରେ ଥିବା ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ଶ୍ରୀ ମିଶ୍ର ଆଇନକୁ ହାତକୁ ନେବାରେ ଦ୍ଵିଧା ନାହିଁ ଓ ଏପରି କେସକୁ ସେ ଖାତିର କରନ୍ତି ନାହିଁ ବୋଲି ସ୍ପଷ୍ଟ କହୁଛନ୍ତି। ବିଜେଡି ସରକାର ତାଙ୍କ ନାଁରେ ମିଛ ଅଭିଯୋଗ ଆଣି କେସ କରିଛନ୍ତି ବୋଲି ଶ୍ରୀ ମିଶ୍ର ଆଜି କହିଛନ୍ତି କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking