27.1 C
Bhubaneswar
Sunday, March 30, 2025
Homeଓଡିଶାଭିତରକନିକାରେ ସରିଲା ପକ୍ଷୀଗଣନା : ୧୪୪ ପ୍ରଜାତିର ୧,୩୮,୧୦୭ ପକ୍ଷୀ

ଭିତରକନିକାରେ ସରିଲା ପକ୍ଷୀଗଣନା : ୧୪୪ ପ୍ରଜାତିର ୧,୩୮,୧୦୭ ପକ୍ଷୀ

ରାଜନଗର:  ବିଶ୍ୱପ୍ରସିଦ୍ଧ ଭିତରକନିକାରେ ପକ୍ଷୀ ଗଣନା ଶେଷ ହୋଇଛି । ଚଳିତବର୍ଷ ୧ଲକ୍ଷ ୩୮ହଜାର ୧୦୭ ପକ୍ଷୀ ଆସିଥିବା ଜଣାପଡିଛି । ୧୨ ତାରିଖରେ ୧୭ଟି ଦଳ ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଗଣନା କରିଥିଲେ । ଭିତରକନିକା ପାଟିଆ, ଭଣ୍ଡିତୁଠ ପାଟିଆ, ଖୋଳା, ଡାଙ୍ଗମାଳ ଜେଠି, ନଳିତାପାଟିଆ, ଦୁର୍ଗାପୁର ମୁହାଁଣ, ଲକ୍ଷ୍ମୀପ୍ରସାଦ ଡିଆ, କାଳୀ ଭଞ୍ଜଡିଆ, କଣ୍ଟିଆଖାଇ, ସାତଭାୟା, ୧୬ ନଂ. ଘେରି ମଗରକନ୍ଦା, ରବି ତ୍ରିପାଠୀ ଘେରି, ଅଙ୍ଗାରୀପାଟିଆ, ଚିଞ୍ଚିରୀ ମୁହାଁଣ, କାକରା ପାଟିଆ (ଅଡାଶଲ ଗାଁ), ଶର୍ମା ଘେରି, ଜଉଦିଆ, ଚିତଉକୋଲା, ରାଇପାଟିଆ, ଗୋଜ, ଭିତରକନିକା ମୁହାଁଣ, ଧନୀଡିଆ, ମାଇପୁରା ମୁହାଁଣ, ରାଜଗଡ, ରାଜପୁର, ପଦିନୀ, ହଂସିଣା, ଏକମାଣିଆ, ବରୁଣେଇ ମୁହାଁଣ, ସୁନ୍ଦୁରୀପାଳ, ପ୍ରହରାଜପୁର, ଶାସନପେଟା, ଚଟକା,ଜମ୍ବୁ, ଗୋବରୀନଦୀ ମୁହାଁଣ, ଟୁବି, ସରଳୀକୂଦ, ହେଟାମୁଣ୍ଡିଆ, କଂସାରିଡିଆ, ବତୀଘର ଆଦି ସ୍ଥାନରେ ପକ୍ଷୀ ଗଣନା କରାଯାଇଥିଲା ।

ପକ୍ଷୀ ବିଶାରଦଙ୍କ ମଧ୍ୟରେ ବିଶିଷ୍ଟ ପକ୍ଷୀ ବିଶାରଦ ଡ. ଶିବପ୍ରସାଦ ପରିଡା, ରେଞ୍ଜ ଅଫିସର ମାନସ ଦାସ, ଧନେଶ୍ୱର ରଥ, ଦେବାଶିଷ ଭୋଇ, ଫରେଷ୍ଟର ବିଜୟ କୁମାର ପାତ୍ର ଓ କପିଳେନ୍ଦ୍ର ପ୍ରଧାନ, ପକ୍ଷୀ ବିଶାରଦ ବିଜୟ କୁମାର ଦାସ ପ୍ରମୁଖଙ୍କ ସହ ବନ କର୍ମଚାରୀ  ଗଣନାରେ ସାମିଲ ହୋଇଥିଲେ । ଚଳିତବର୍ଷ ୧୪୪ଟି ପ୍ରଜାତିର ପକ୍ଷୀ ଆସିଥିବାବେଳେ ସର୍ବାଧିକ ୫୯୨୮୬ ଗିଜ୍ ଆଣ୍ଡ ଡକ୍ସ ଆସିଥିବା ଜଣାପଡିଛି । ମୁଖ୍ୟତଃ ପେଲିକାନ ପକ୍ଷୀଙ୍କୁ ଦୁଇବର୍ଷ ହେବ ଦେଖିବାକୁ ମିଳିନାହିଁ । ଗତବର୍ଷ ୧୨୧ ପ୍ରଜାତିର ୧,୩୬,୦୯୨ପକ୍ଷୀ ଆସିଥିବାବେଳେ ଚଳିତବର୍ଷ ୨୦୧୫ଟି ପକ୍ଷୀ ଅଧିକ ଆସିଥିବା ଜଣାପଡିଛି । ଚଳିତବର୍ଷ ପକ୍ଷୀ ଗଣନାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସହ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିବା ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ ପତି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking