ଭୁବନେଶ୍ୱର: ଆରପାରିରେ ବରିଷ୍ଠ ଅଭିନେତା ବିରାଜ ଦାସ । ୬୩ ବର୍ଷ ବୟସରେ ଶେଷ ନିଃଶାସ ତ୍ୟାଗ କଲେ ବିରାଜଦାସ । କିଛି ଦିନ ଧରି ବିରାଜ ଦାସ ଅସୁସ୍ଥ ଥିଲେ । ତାଙ୍କର ଚିକିତ୍ସା ଚାଲିଥିଲା । ଆଜି ରାତି ପ୍ରାୟ ୯ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ଦେହାନ୍ତ ହୋଇଛି ।
କର୍କଟରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ । ବିରାଜଙ୍କ ପରଲୋକ ନେଇ ସାନ ପୁଅ ଅର୍ଣ୍ଣବ ଦାସଙ୍କ ପକ୍ଷରୁ ସୂଚନା ମିଳଛି। ଅନେକ ଟିଭି ସିରିୟଲ, ଓ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରିଥିଲେ । ତାଙ୍କ ମୃତ୍ୟୁକୁ ନେଇ ଓଲିଡଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି ।