31.1 C
Bhubaneswar
Sunday, May 19, 2024
Homeବିଜିନେସ୍୬.୪% ରହିବ ମେ’ ମାସର ମୁଦ୍ରାସ୍ଫୀତି

୬.୪% ରହିବ ମେ’ ମାସର ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ରେକର୍ଡ ମୁଦ୍ରାସ୍ଫୀତି ବୃଦ୍ଧି କେନ୍ଦ୍ରର ମୋଦି ସରକାରଙ୍କୁ ଆକ୍ସନ ନେବାକୁ ବାଧ୍ୟ କରିଛି । କେନ୍ଦ୍ର ସରକାର ରୁଟି ଓ ଛାତକୁ ଏବେ ଗୁରୁତ୍ୱ ଦେଇ ପ୍ରାଥମିକ ଭାବରେ ପେଟ୍ରୋଲ ଓ ଡିଜେଲ ଉପରେ ପ୍ରବର୍ତ୍ତନ ଶୁଳ୍କ ହ୍ରାସ କରିଛନ୍ତି । କେବଳ ଏତିକି ନୁହେଁ ସୋୟାବିନ ଓ ସନଫ୍ଲାୱାର ଅଏଲ ଆମଦାନୀକୁ ମଧ୍ୟ ୨ ବର୍ଷ ପର୍ଯ୍ୟନ୍ତ ନିଶୁଳ୍କ କରିଛନ୍ତି । ଏହି ନିଷ୍ପତ୍ତି ପରେ ମୁଦ୍ରାସ୍ଫୀତି ହ୍ରାସ ପାଇବାର ସମ୍ଭାବନା ସ୍ପଷ୍ଟ ହୋଇଛି । ତେବେ ତୁରନ୍ତ ନୁହେଁ ଆସନ୍ତା ମାସର ମୁଦ୍ରାସ୍ଫୀତି ପ୍ରାୟ ୬.୪%କୁ ହ୍ରାସ ପଇବା ନେଇ ଆକଳନ କରାଯାଇଛି ।

ସେହିପରି ଗୃହ ନିର୍ମାଣ ଖର୍ଚ୍ଚ ନିୟନ୍ତ୍ରଣ ଲାଗି ଷ୍ଟିଲର ଆମଦାନୀ ଶୁଳ୍କ ମଧ୍ୟ ଛାଡ କରିଛନ୍ତି । ଏଥିରୁ ରେକର୍ଡ ସ୍ତରକୁ ପହଞ୍ଚିଥିବା ମୁଦ୍ରାସ୍ଫୀତି ନିୟନ୍ତ୍ରିତ ହେବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ସରକାରଙ୍କ ପଦକ୍ଷେପ କେତେ ସଫଳ ଓ ବଜାରରେ ଏହାର ପ୍ରଭାବ କେବେ ଅନୁଭୂତ ହେବ ଏବେ ଏହା ହିଁ ସମସ୍ତଙ୍କର ଅପେକ୍ଷା । ବାସ୍ତବରେ ଏପ୍ରିଲ ମାସର ମୁଦ୍ରାସ୍ଫୀତି ହାର ସରକାରଙ୍କ ଆଗରେ ନୂଆ ସମସ୍ୟା ଛିଡା କରିଥିଲା । ଖୁଚୁରା ମୁଦ୍ରାସ୍ଫୀତି ହାର ୮ ବର୍ଷର ସର୍ବୋଚ୍ଚସ୍ତରକୁ ପହଞ୍ଚିଥିବା ବେଳେ ପାଇକାରୀ ମୁଦ୍ରାସ୍ପିତି ୧୫.୦୮%କୁ ପହଞ୍ଚି ଯାଇଛି । କୋଟାକ ମନି ମାର୍କେଟର ରିପୋର୍ଟ ଅନୁସାରେ ସରକାରଙ୍କ ପଦକ୍ଷେପର ପ୍ରଭାବ ଖୁବ୍ ଶୀଘ୍ର ବଜାରରେ ଅନୁଭୂତ ହେବ । ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ହ୍ରାସ ଯୋଗୁ ମୁଦ୍ରାସ୍ଫୀତି ହାରରେ ୦.୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଅନୁଭୂତ ହୋଇପାରେ । ସେହିପରି ଷ୍ଟିଲ ଓ ପ୍ଲାଷ୍ଟିକ୍ କଞ୍ଚାମାଲ ଆମଦାନୀ ଶୁଳ୍କ ହ୍ରାସ ଯୋଗୁ ମୁଦ୍ରାସ୍ଫୀତି ହାରରେ ୦.୨୪ ପ୍ରତିସତ ହ୍ରାସ ଅନୁଭୂତ ହୋଇପାରେ । ଏହିପରି ସରକାରଙ୍କ ସାମଗ୍ରୀକ ପଦକ୍ଷେପକୁ ଆକଳନ କଲେ ୨୦୨୨-୨୩ରେ ଖୁଚୁରାମୁଦ୍ରାସ୍ପିତ ହାର ୬.୪ ପ୍ରତିଶତ ସ୍ତରକୁ ହ୍ରାସ ହୋଇପାରେ ବୋଲି ଆକଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking