29.1 C
Bhubaneswar
Wednesday, May 1, 2024
Homeବ୍ରେକୀଙ୍ଗଶାଶୂଘର ଯିବାବେଳେ ଚାଲିଗଲା ନବବଧୂର ଜୀବନ

ଶାଶୂଘର ଯିବାବେଳେ ଚାଲିଗଲା ନବବଧୂର ଜୀବନ

ବିନିକା : ଗୁରୁବାର ହସଖୁସିରେ ଉଛୁଳି ପଡ଼ୁଥିଲା ଘର। ଘରେ ବନ୍ଧୁ ବାନ୍ଧବ, ଭୋଜିଭାତରେ କମ୍ପୁଥିଲା। ଧୁମ୍‌ଧାମରେ ସରିଲା ବାହାଘର। ପଡ଼ିଗଲା ହାତଗଣ୍ଠି। ଆଖିରେ ଆଖିଏ ସ୍ୱପ୍ନ ନେଇ ଝିଅ ବାହାରିଲା ଶାଶୂଘର। ଝିଅକୁ ବିଦା କରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ ବାପା-ମା’। ତଥାପି ଦୁଃଖକୁ ମନରେ ଚାପି ଝିଅର ନୂଆ ସଂସାର ପାଇଁ ଠାକୁରଙ୍କ ପାଖେ ମଙ୍ଗଳମନାସୁ ଥିଲେ।  କିନ୍ତୁ ବାପା-ମା’ଙ୍କ ବିଚ୍ଛେଦ ସହି ପାରିଲାନି ଝିଅ। କାନ୍ଦ କାନ୍ଦି ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଗଲା ଆଉ ଏକ ଅଫେରା ରାଇଜକୁ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ। ସୂଚନା ଅନୁଯାୟୀ, ବିନିକା ଥାନା ଜୁଲୁଣ୍ଡା ଗାଁରେ ଘଟିଛି ଏଭଳି  ଦୁଃଖଦ ଘଟଣା। ଗତକାଲି ଏହି ଗାଁର ଜଣେ ଝିଅଙ୍କ ବାହାଘର ଥିଲା ।  ବଲାଙ୍ଗିର ଜିଲ୍ଲା ତେତେଲ ଗାଁର ଯୁବକଙ୍କ ସହ ଝିଅର ବାହାଘର ଚାଲିଥିଲା। ବାହାଘର ସରିଲା। ଆଜି ସକାଳୁ ଝିଅ ବିଦା ହେବ। ରୀତିନୀତି ସରିବା ପରେ ଆସିଥିଲା ସେହି ଦୁଃଖଦ ମୁହୂର୍ତ୍ତ- ଝିଅବିଦା । ବାପା-ମା’ କାନ୍ଦୁଥିଲେ। ଝିଅ ବି କାନ୍ଦୁଥିଲା। କାହାରି ଆଖିରୁ ଲୁହଝରିବା ବନ୍ଦ ନ ଥିଲା। ହଠାତ୍‌ ଝିଅ ଅଚେତ ହୋଇ ପଡ଼ିଲା। ପାଣି ଛିଞ୍ଚାଛିଞ୍ଚି କଲେ। ହେଲେ ଚେତା ଫରି ନ ଥିଲା। ଚେତା ଫେରିବାରେ ବିଳମ୍ବ ହେବାରୁ ଡରିଗଲେ ପରିବାର ଲୋକ। ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସାରା ଗାଁରେ ଖେଳି ଯାଇଛି ଶୋକର ଛାୟା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking