38.1 C
Bhubaneswar
Tuesday, April 23, 2024
Homeଓଡିଶାଭିନ୍ନକ୍ଷମମାନଙ୍କୁ ଉପକରଣ ବଣ୍ଟନ

ଭିନ୍ନକ୍ଷମମାନଙ୍କୁ ଉପକରଣ ବଣ୍ଟନ

ଢେଙ୍କାନାଳ : କେନ୍ଦ୍ର ସରକାରଙ୍କ ସାମାଜିକ ଓ ସଶକ୍ତିକରଣ ମନ୍ତ୍ରଣାଳୟର ଆର୍ଥିକ ସହାୟତାରେ ଜିଲ୍ଲାର ସଦର ବ୍ଲକ୍ ପରିସର ମଧ୍ୟରେ ଭିନ୍ନକ୍ଷମକୁ ଆବଶ୍ୟକୀୟ ଉପକରଣ ବଂଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତି ପଦ୍ମିନୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଝାଡେଶ୍ୱର ଦାସ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଗୋପଲକ୍ଷ୍ମୀ ହୋତା, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସୁବାଶିଷ ମହାପାତ୍ର ଯୋଗଦାନ କରିଥିଲେ ।

ଉକ୍ତ ଶିବିରରେ ୨୫ଟି ତିନି ଚକିଆ ସାଇକେଲ୍‌, ୧୦ଟି ଘୂର୍ଣ୍ଣନ ଚୌକି, ୨୦ରଟି ଶ୍ରବଣ ଯନ୍ତ୍ର, ୮ଟି ଆସାବାଡି, ୨ଟି ସ୍ମାର୍ଟ ଫୋନ୍‌, ୪ଟି ବ୍ଲାଇଣ୍ଡ୍ ଷ୍ଟିକ୍‌, ୪ଟି ୱାକିଙ୍ଗ୍ ଷ୍ଟିକ୍‌, ୩ଟି ଏମ୍‌ଏସ୍‌ଆଇଟିଡି କିଟ୍ ଏବଂ କୃତ୍ରିମ ଉପକରଣ ପାଇଁ ମେଜରମେଂଟ୍ ନିଆଯାଇଥିଲା, ସି.ଆର୍‌.ଏସ୍‌.ଆର୍‌. ତରଫରୁ ପ୍ରମୋଦ ନାୟକ, କମଳାକାନ୍ତ ବାରିକ, ନିହାର ରଞ୍ଜନ ପରିଡା, ରତିକାନ୍ତ ନାୟକ, ଶେଖ୍ ଶଖାବତ୍ ଅଲ୍ଲୀ, ସସ୍ମିତା ରାଉତ, ଅଭିମନ୍ୟୁ ମଲ୍ଲିକ ଓ ଅନ୍ୟାନ୍ୟ କର୍ମକର୍ତା ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking