29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଆଜି ନିତୀଶଙ୍କ ପ୍ରଥମ କ୍ୟାବିନେଟ ବୈଠକ ; ହୋଇପାରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ

ଆଜି ନିତୀଶଙ୍କ ପ୍ରଥମ କ୍ୟାବିନେଟ ବୈଠକ ; ହୋଇପାରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ

ପାଟନା :ବିହାରରେ ୭ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନିତୀଶ କୁମାର । ବିହାର ସରକାର ପାଇଁ ନୂଆ ଉପମୁଖ୍ୟମନ୍ତ୍ରୀ ଭାବେ ବିଜେପିର ତାରା ପ୍ରସାଦ ଓ ରେଣୁ ଦେବୀ ଶପଥ ନେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ୧୧.୩୦ରେ କ୍ୟାବିନେଟର ପ୍ରଥମ ବୈଠକ ଡ଼କାଇଛନ୍ତି । ରାଜଭବନ ପରିସରରେ ଗତକାଲି ନିତୀଶ କୁମାର ନିଜ ୧୪ ମନ୍ତ୍ରୀଙ୍କ ସହ ଶପଥ ନେଇଥିଲେ । ସେଥିରେ ବିଜେପିର ୭ ଜଣ ,ଜେଡ଼ିୟୁର ୫ଜଣ ,ହମ ଓ ଭିଆଇପିରୁ ଜଣେ ଲେଖାଏଁ ଶପଥ ନେଇଥିଲେ । ତେବେ ଆଜିର ଏହି ବୈଠକରେ କିଛି ଗୁରୁତ୍ୱପୁର୍ଣ୍ଣ ଚର୍ଚ୍ଚା ହୋଇପାରେ ବୋଲି ଆଶା କରାଯାଉଛି । ଏହି ବୈଠକରେ ନିତୀଶଙ୍କ କ୍ୟାବିନେଟରେ କିଛି ନୂଆ ମୁହଁ ଉପସ୍ଥିତ ରହିବେ । ଏହି ବୈଠକ ପୁରୁଣା ସଚିବାଳୟ ଠାରେ ଅନୂଷ୍ଠିତ ହେବ ଓ କୋରନା କଟକଣାକୁ ଆଖିରେ ରଖି ଏହି ବୈଠକ ଅନୂଷ୍ଠିତ ହେବ । ଆସନ୍ତା ୨୩ରେ ବିହାର ବିଧାନ ସଭାର ସ୍ୱତନ୍ତ୍ର ଅଧବବେଶନ ଡ଼କାଯାଇଛି । ଯେଉଁଥିରେ ବାଚସ୍ପତି ମହୋଦୟ ନୂତନ ନିର୍ବାଚିତ ବିଧାୟକ ମାନଙ୍କୁ ଶପଥ ଗ୍ରହଣ କରାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking