ପଟ୍ଟାଙ୍ଗି ହତ୍ୟା ଘଟଣାରେ ହୋମଗାର୍ଡ ଗିରଫ

arrested

କୋରାପୁଟ :  ପଟ୍ଟାଙ୍ଗିର ଗଙ୍ଗା ପ୍ରସାଦ ଚୌଧରୀ ହତ୍ୟା ମାମଲାରେ ପୁଲିସ୍ ସୋମବାର ଆଉ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ପଟ୍ଟାଙ୍ଗି ଥାନାରେ କାର୍ଯ୍ୟରତ ହୋମଗାର୍ଡ ସୁନୀଲ କୁମାର ପାଢି ବୋଲି ସୁନାବେଡା ଏସଡିପିଓ ନିରଂଜନ ବେହେରା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଗତ ୪ ତାରିଖ ସକାଳେ ଗଙ୍ଗା ପ୍ରସାଦ ଚୌଧରୀ(୨୭)ଙ୍କ ମୃତଦେହ ପଟ୍ଟାଙ୍ଗି ଗଣେଶ ମନ୍ଦିର ନିକଟରେ ମିଳିଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ୧୨ ତାରିଖରେ ମୁଖ୍ୟ ଅଭିଯୁକ୍ତ ଅନିଲ୍ ପାଢି, ସହଯୋଗି ଅଜିତ ଖୀଲ ଓ ପାରଳାଖେମୁଣ୍ଡିର ସୁପାରୀ କିଲର୍ ଗଣେଶ ରାଉଳକୁ ଗିରଫ କରିଥିଲା । ତେବେ ପୁଲିସର ଏହି କାର୍ଯ୍ୟରେ ମୃତ ଯୁବକର ପରିବାର ଲୋକେ ଓ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରି  ପୁଲିସ ବିରୁଦ୍ଧରେ ଶୋଭାଯାତ୍ରା କରିଥିଲେ ଓ  ହତ୍ୟାର ମୁଖ୍ୟ  ଖଳନାୟକ ସୁନିଲ୍ ପାଢି , ଭାସ୍କର ପାଢିକୁ ଗିରଫ କରିବା ସହ ଘଟଣାର କ୍ରାଇମ୍ ବ୍ରାଂଚ୍ ତଦନ୍ତ ଦାବି କରିଥିଲେ । ପୁଲିସ୍ ଆଜି  ସୁନିଲ୍ ପାଢିକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଆଉ ଜଣେ  ସୁପାରି କିଲରକୁ ମଧ୍ୟ ଅତି ଶିଘ୍ର ଗିରଫ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି। 

LEAVE A REPLY

Please enter your comment!
Please enter your name here