29.1 C
Bhubaneswar
Sunday, April 26, 2026
Homeଦେଶ ବିଦେଶହ୍ୱାଇଟ୍‌ହାଉସରେ ଶେଷ ଦୀପାବଳି ପାଳିଲେ ବାଇଡେନ

ହ୍ୱାଇଟ୍‌ହାଉସରେ ଶେଷ ଦୀପାବଳି ପାଳିଲେ ବାଇଡେନ

ୱାଶିଂଟନ୍‌: ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ହ୍ୱାଇଟ୍ ହାଉସ୍‌ରେ ଦୀପାବଳୀ ପର୍ବ ପାଳନ କରିଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ୍‌। ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନଥିବାରୁ ଆମେରିକା ରାଷ୍ଟ୍ରପତି ଭାବେ ବାଇଡେନ୍‌ଙ୍କ ଏହା ଅନ୍ତିମ ଦୀପାବଳି। ସୁତରାଂ ନିର୍ବାଚନ ଦୃଷ୍ଟିକୋଣରୁ ଆମେରିକାରେ ଥିବା ହିନ୍ଦୁ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇ ବାଇଡେନ୍‌ଙ୍କ ନେତୃତ୍ୱାଧୀନ ଶାସକ ଦଳ ଡେମୋକ୍ରାଟିକ୍ ପାର୍ଟି ଦୀପାବଳି ପର୍ବକୁ ବଡ଼ ଆକାରରେ ପାଳନ କରୁଥିବାର ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟାରେ ମୂଳ ଭାରତୀୟ-ଆମେରିକୀୟ ନାଗରିକଙ୍କୁ ହ୍ୱାଇଟ୍ ହାଉସକୁ ନିମନ୍ତ୍ରଣ କରାଯାଇଥିଲା। ରାଷ୍ଟ୍ରପତି ଜୋ-ବାଇଡେନଙ୍କ ଉପସ୍ଥିତିରେ ଧୁମଧାମରେ ଦୀପାବଳୀ ପର୍ବ ପାଳନ କରାଯାଇଛି। ଏହି ଅବସରରେ ବାଇଡେନ କହିଛନ୍ତି ଯେ ‘ହ୍ୱାଇଟ୍ ହାଉସ୍ କେବଳ ମୋର ଘର ନୁହେଁ, ଏହା ଆପଣଙ୍କ ଘର’। ବାଇଡେନଙ୍କ ବୟାନ ପରେ ହଲରେ ବସିଥିବା ଲୋକମାନେ ଖୁସି ବ୍ୟକ୍ତ କରିଥିଲେ। ପରେ ହ୍ୱାଇଟ୍ ହାଉସ୍ ପକ୍ଷରୁ ଭାରତୀୟ-ଆମେରିକୀୟ ନାଗରିକଙ୍କୁ ଖାଦ୍ୟପେୟରେ ଆପ୍ୟାୟିତ କରାଯାଇଥିଲା।
ପ୍ରକାଶ, ଚଳିତ ନିର୍ବାଚନରେ କମଳା ହାରିସ ଡେମୋକ୍ରାଟିକ୍ ପାର୍ଟିରୁ ରାଷ୍ଟ୍ରପତି ପଦ ପାଇଁ ଲଢେଇ କରୁଥିବା ବେଳେ ସେ ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବ। ଏଭଳି ସ୍ଥିତିରେ ଆମେରିକାରେ ହିନ୍ଦୁ ସମାଜ ଉପରେ ତାଙ୍କର ସ୍ଥିତି ମଜବୁତ ଥିବା କୁହାଯାଉଛି। କିନ୍ତୁ କିଛି ସର୍ଭେରୁ ସ୍ପଷ୍ଟ ହୋଇଛି ଯେ ରିପବ୍ଲିକାନ ପାର୍ଟିର ନେତା ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଭାରତୀୟଙ୍କ ସପୋର୍ଟ ମଧ୍ୟ ରହିଛି। ଆମେରିକାରରେ ପ୍ରାୟ ୨୬ଲକ୍ଷ ଭାରତୀୟ ବଂଶୋଦ୍ଭବ ଅଛନ୍ତି। ହ୍ୱାଇଟ ହାଉସରେ ଦୀର୍ଘ ବର୍ଷ ହେବ ଦୀପାବଳୀ ପର୍ବ ପାଳନ କରାଯାଇଆସୁଛି। ହ୍ୱାଇଟ ହାଉସ୍‌ରେ ଦୀପାବଳି ଉତ୍ସବ କାର୍ଯ୍ୟକ୍ରମ ଆମେରିକାର ତତ୍କାଳୀନ ରାଷ୍ଟ୍ର ଜର୍ଜ ଡବ୍ଲ୍ୟୁ ବୁଶ୍‌ଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା। ପରେ, ଓବାମା, ଟ୍ରମ୍ପ୍ ଏବଂ ପରେ ବାଇଡେନ ଶାସନ ସମୟରେ ମଧ୍ୟ ଏହା ଜାରି ରହିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking