30.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଭୂପେନ୍ଦ୍ର ପଟେଲ୍ ହେବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

ଭୂପେନ୍ଦ୍ର ପଟେଲ୍ ହେବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଭୂପେନ୍ଦ୍ର ପଟେଲ୍ ହେବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ। ଆଜି ବିଧାୟକ ଦଳର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶନିବାର ବିଜୟ ରୁପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ମନ୍ଥନ ଚାଲିଥିଲା। ଆଜି ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ରଙ୍କ ନାଁ ଉପରେ ମୋହର୍ ଲାଗିଛି। ଭୂପେନ୍ଦ୍ରଭାଇ ରଜନୀକାନ୍ତ ପଟେଲ୍ ଗୁଜରାଟର ଘାଟଲୋଦିଆ ଆସନରୁ ବିଧାୟକ ଅଛନ୍ତି। ସେ ୨୦୧୭ ବିଧାନସଭା ନିର୍ବାଚନରେ ଅହମ୍ମଦାବାଦ ଜିଲ୍ଲାର ଘାଟଲୋଦିଆ ଆସନରେ କଂଗ୍ରେସର ଶଶୀକାନ୍ତ ବାସୁଦେବଭାଇ ପଟେଲଙ୍କୁ ହରାଇଥିଲେ।

ସୂଚନାଯୋଗ୍ୟ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଶନିବାର ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ  ରାଜନୈତିକ ମାହୋଲ ସରଗରମ ରହିଥିଲା । ଏବେ ଏହି ରେସ୍ ରେ ତିନି ଜଣଙ୍କ ନାମ ଆଗରେ ଥିଲା। କୁହାଯାଉଛି ଏହି ରେସ୍ ରେ ମନସୁଖ ମାଣ୍ଡଭିୟ, ପୁରୁଷୋତ୍ତମ ରୁପାଲା ଏବଂ ନିତିନ୍ ପଟେଲଭ୍କ ନାମ ଥିଲା । ଆଉ ସିଆର୍ ପାଟିଲ କହିଛନ୍ତି ଯେ, ସେ ଏହି ରେସ୍ ରେ ନାହାନ୍ତି । ଗୁଜୁରାଟରେ ବିଜେପି ବିଧାୟକ ଦଳର ଏକ ବୈଠକ ବସିଥିଲା । ଏଥିରେ ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରାଯାଇଛି । ତେବେ ବିଧାୟକ ବୈଠକ ପାଇଁ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ ଗୁଜରାଟର ଡେପୁଟି ସିଏମ ନିତିନ ପଟେଲ ରାଜଧାନୀ ଗାନ୍ଧିନଗରରେ ପହଞ୍ଚିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking