ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା:ଦୀର୍ଘ ୭ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଗୁରୁବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଛି । ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବା ପରେ ଗୁରୁବାରା ୧୬ ଜଣ ବଙ୍ଗୀୟ ପର୍ଯ୍ୟଟକ ଭିତର କନିକା ଜାତୀୟ ଉଦ୍ୟାନ ପରିସରକୁ ପ୍ରବେଶ କରିବାର ସୌଭାଗ୍ୟ ପାଇଛନ୍ତି । ଯେଉଁ ପର୍ଯ୍ୟଟକମାନେ କେବଳ ରାତିରେ ରହିବା ପାଇଁ ଅନଲାଇନରେ ବୁକିଂ କରିଥିବେ ସେହିମାନଙ୍କୁ ଭିତରକନିକା ଜାତୀୟ ଉଦ୍ୟାନ ପରିସରକୁ ଛଡ଼ାଯିବ ଓ ସେହି ପର୍ଯ୍ୟଟକମାନେ ଡାଙ୍ଗମାଳ ଗେଷ୍ଟହାଉସରେ ରହି ଭିତରକନିକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ଗୁରୁବାର ଭିତରକନିକା ପରିସରକୁ ବୁଲିବାକୁ ଯାଇଥିବା ୧୬ ଜଣ ପର୍ଯ୍ୟଟକ ଡାଙ୍ଗମାଳ ଗେଷ୍ଟ ହାଉସରେ ରାତଅ୍ରୀ ଯାପନ କରିବାକୁ ପୂର୍ବରୁ ଅନଲାଇନରେ ବୁକିଂ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅଂଚଳରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ପ୍ରକୃତିକ ପର୍ଯ୍ୟଟନ ସ୍ଥଳ ଭାବେ ସମଗ୍ର ଭାରତରେ ଖ୍ୟାତି ଅର୍ଜନ କରିଛି । ଭିତରକନିକା ଜାତୀୟ ଉଦ୍ୟାନରେ ବହୁ ସଂଖ୍ୟାରେ ଚିତ୍ରା ହରିଣ, ବଣବିରାଡ଼ି, ଗୋଧୀ, ବାରହା, ଅଜଗର ସମେତ ବିଭିନ୍ନ ପ୍ରଜାତିର ସାପ ଖୋଲାଖୋଲି ଭାବେ ବିଚରଣ କରୁଥିବାରୁ ଭିତର କନିକା ବୁଲିବାକୁ ଯାଉଥିବା ପର୍ଯ୍ୟଟକମାନେ ଏହି ଜୀବଯନ୍ତୁଙ୍କୁ ଦେଖିବାର ସୁଯୋଗ ପାଆନନ୍ତି । ଏଥିସହ ଭିତର କନିକା ଅଂଚଳ ବଉଳା କୁମ୍ଭୀରଙ୍କ ଆବାସ ସ୍ଥଳ ହୋଇଥିବା ଯୋଗୁ ଭିତର କନିକା ଅଂଚଳରେ ପ୍ରବାହିତ ନଦୀ ନାଳ ଗୁଡ଼ିକରେ ବଉଳା କୁମ୍ଭୀର ମଧ୍ୟ ବହୁ ସଂଖ୍ୟାରେ ଦେଖିବାକୁ ମିଳନ୍ତି । ଏଥିସହ ଭିତର କନିକା ଅଂଚଳରେ ବର୍ଷା ଦିନେ ବହୁ ସଂଖ୍ୟାରେ ଦେଶୀୟ ପକ୍ଷୀଙ୍କର ସମାଗମ ହୋଇଥାଏ । ସବୁଠାରୁ ବଡ଼କଥା ହେଉଛି ଭିତରକନିକା ପରିସରରେ ଥିବା ଡାଙ୍ଗମାଳ ପାର୍କରେ କୁମ୍ଭୀର ପ୍ରଜନନକେନ୍ଦ୍ର ରହିଛି ଓ ଏହି ପାର୍କ ପରିସରରେ ତିଆରି କରାଯାଇଥିବା କ୍ଷୁଦ୍ର ପୁଷ୍କରଣୀ ଗୁଡ଼ିକରେ ପୋଯାଇଥିବା ଛୋଟ ଛୋଟ କୁମ୍ଭରଙ୍କ ଠାରୁ ଆରମ୍ଭ କରି ବଡ଼ କୁମ୍ଭୀର ଗଡ଼ିକୁ ପର୍ଯ୍ୟଟକମାଦେ ଦେଖିବାର ସୁଯୋଗ ପାଇପାରନ୍ତି । ଭିତରକନିକା ଜାତୀୟ ଉଦଦ୍ୟାନ ପରିସରରେ ବିଶ୍ୱର ସବୁଠାରୁ ବଡ଼ ବଉଳା କୁମ୍ଭର ଗୋରୀକୁ ଏକ ପୁଷ୍କରଣୀ ମଧ୍ୟରେ ରଖାଯାଇଛି । ଗୋରୀ ପର୍ଯ୍ୟଟକମାନଙ୍କର ଅନ୍ୟତମ ଆକର୍ଷଣ । ଡାଙ୍ଗମାଳ ପାର୍କ ମଧ୍ୟର ଥିବା ଇଂଟରପ୍ରିଟେନସନ ସେଂଟରରେ ଥିବା ବିଭିନ୍ନ ବନ୍ୟପ୍ରାଣୀ, ସାମୁଦ୍ରିକ ଜୀବ ଓ ଆଲିଭରିଡ଼ଲେକ ଇଁଛଙ୍କ କଙ୍କାଳ ରହିଥିବାରୁ ଗବେଷଣା କରିବାକୁ ଗବେଷକମାନେ ମଧ୍ୟ ଭିତରକନିକାକୁ ଆସିଥାଆନ୍ତି । ଭିତରକନିକା ଅଂଚଳରେ ବିଭିନ୍ନ ପ୍ରଜାତିର ସାମୁଦ୍ରିକ ବୃକ୍ଷ ଥିବା ହେତତୁ ଏହା ମଧ୍ୟ ଗବେଷକଙ୍କୁ ଆକର୍ଷିତ କରିଥାଏ । ଭିତରକନିକା ଜାତୀୟ ଉଦ୍ୟାପ ପରିସରରେ ପ୍ରବାହିତ ବିଭିନ୍ନ ନଦୀ ନାଳରେ ନୌକା ଭ୍ରମର କରି ପର୍ଯ୍ୟଟକମାନେ ଲୁଣା ଜଙ୍ଗଲର ପ୍ରକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି । କିନ୍ତୁ କରୋନା କଟକଣା ଯୋଗୁ ମାର୍ଚ୍ଚ ମାସ ୧୩ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିବା ଭିତର କନିକା ଜାତୀୟ ଉଦ୍ୟାନ ଦୀର୍ଘ ସାତ ମାସ ପରେ ଖୋଲିଥିଲେ ହେଁ କେବଳ ଡାଙ୍ଗମାଳ ଗେଷ୍ଟ ହାଉସରେ ରାତ୍ରୀଯାପନ ପାଇଁ ଅନଲାଇନରେ ବୁକିଂ କରିଥିବା ପର୍ଯ୍ୟଟକଙ୍କ ପାଇଁ ଖୋଲିଥିବାରୁ ସ୍ଥାନୀୟ ପର୍ଯ୍ୟଟକମାନେ ଭିତରକନିକା ପରିସରକୁ ଯାଇପାରିବେ ନାହିଁ କି ଭିତରକନିକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ନାହିଁ । ଏହାଛଡ଼ା ଭିତର କନିକାକୁ ଗୁପ୍ତି, ଖୋଳା ଦେଇ ପ୍ରବେଶ କରିବା ଉପରେ କଟକଣା ରହିଛି । କେବଳ ମୁଖ୍ୟ ଫାଟକ ଦେଇ ପର୍ଯ୍ୟଟକମାନେ ଭିତର କନିକାକୁ ପ୍ରବେଶ କରିପାରିବେ । ପୂର୍ବରୁ ପର୍ଯ୍ୟଟକମାନେ ଦିନରେ ଓ ରାତିରେ ଭିତରକନିକା ଅଂଚଳରେ ବୁଲି ହାବେଳି ଖଟିରେ ରହି ସମୁଦ୍ରର ମଜା ଉଠାଇବାେ ସହ ସମୁଦ୍ର ଜଳରେ ଡଲଫିନଙ୍କ ନୃତ୍ୟର ମଜା ଉଠାଇପାରୁଥିଲେ । ହେଲେ ଏବେ ଏ ସବୁ ବନ୍ଦ ରହିଛି । ସେହିପରି ଭିତରକନିକା ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭର କରି ଜୀବୀକା ଉପାର୍ଜନ କରୁଥିବା ଲୋକଙ୍କୁ ଦୀର୍ଘ ସାତମାସ ହେଲା ନିରାଶ ହେବାକୁ ପଡ଼ିଛି । ଭିତରକନିକା ପାର୍କ ନିକଟରେ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଥିବା ଜଳଖିଆ ଚାଏ ପାନ, ଥଣ୍ଡା ପାନନୀୟ ପଇଡ଼ପାଣି ଦୋକାନ ଗୁଡ଼ଡ଼ିକ ଏବେ ବନ୍ଦ ପଡ଼ିଛି । ସେହିପରି ଗୁପ୍ତି ଓ ଖୋଳା ନିକଟରେ ପର୍ଯ୍ୟଟକଙ୍କୁ ନେଇ ବ୍ୟବସାୟ ପାଇଁ ଥିବା ବୋଟ ଗୁଡ଼ିକ ଦୀର୍ଘ ସାତମାସେ ହେଲା ବନ୍ଦ ହୋଇ ପଡ଼ିରହିଛି । ସେହିପରି ବିଦେଶୀ ପର୍ଯ୍ୟଟକଙ୍କୁ ଭିତରକନିକାରେ ବୁଲାଇବାକୁ ନିୟୋଜିତ ଟୁର ଅପରେଟରମାନେ ମଧ୍ୟ ଦୀର୍ଘ ଦିନ ହେଲା କାମଧନ୍ଦା ହରାଇ ହାତବାନ୍ଧି ବସିରହିଛନ୍ତି । ଏକ ନୈରାଶ୍ୟଜନକ ପରିସ୍ଥିତିରେ ଭିତରକନିକା ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟଟକଙ୍କ ପାଇଁ ଖୋଲିଥିଲେ ବି ତାହା ଆଗକୁ ନୂତନ ଆଶାର ସଂଚାର କରିବ ବୋଲି ସ୍ଥାନୀୟ ଲୋକେ ମତ ଦେଉଛନ୍ତି । ତେବେ ଭିତରକନିକା ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ କୋଭିଡ଼ ନିୟମ କଡ଼ାକଡ଼ି କରାଯାଇଛି ।

LEAVE A REPLY

Please enter your comment!
Please enter your name here