34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକେନ୍ଦ୍ରାପଡ଼ା ଜିଲ୍ଲାର ଗାଁ ଗାଁରେ ଡ୍ରଗ୍ସ: ଡ୍ରଗ୍ସ ବେପାରୀଙ୍କ ଟାର୍ଗେଟରେ କଲେଜ ଛାତ୍ର ଓ ଯୁବକ

କେନ୍ଦ୍ରାପଡ଼ା ଜିଲ୍ଲାର ଗାଁ ଗାଁରେ ଡ୍ରଗ୍ସ: ଡ୍ରଗ୍ସ ବେପାରୀଙ୍କ ଟାର୍ଗେଟରେ କଲେଜ ଛାତ୍ର ଓ ଯୁବକ

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲାର ଗାଁ ଗାଁରେ ଏବେ ଡ୍ରଗ୍ସ କାରବାର ହେଉଛି । ପୂର୍ବରୁ କେଭନ୍ଦ୍ରାପଡ଼ା ସହର ଓ ସହର ଆଖପାଖ ଅଂଚଳରେ ଡ୍ରଗ୍ସ କାରବାରେ ହେଉଥିବା ଜଣାପଡ଼ିଥିଲା । କିନ୍ତୁ ଜିଲ୍ଲା ଗ୍ରାମାଂଚଳକୁ ଏହି ହାଇଭୋଲଟେଜ ନିଶା ବ୍ରାପିଥିବା କଥା ଏବେ ପଦାକୁ ଆସସିଛି । ପକଟାମୁଣ୍ଡାଇ ସହର ନିକଟସ୍ଥ ଓ ଆଳି ଥାନା ଅନ୍ତର୍ଗତ ପତ୍ରପୁର ନିକଟରୁ ଗତ ବୁଧବାର ରାତିରେ ଜଣେ ଯୁବକଙ୍କ ନିକଟରୁ ପୁଲିସ ୭ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ପରେ ଜିଲ୍ଲା ଗ୍ରାମାଂଚଳକୁ ଡ୍ରଗ୍ସ କାରବାର ବ୍ୟାପିଥିବା କଥା ପଦାକୁ ଆସିଛି । ପଟାମୁଡାଇ ଥାନା ଅନ୍ତର୍ଗତ ବ୍ରାହ୍ମଣଦିଆ ଗ୍ରାମର ରମାକାନ୍ତ ଦାସ ନାମକ ଜଣେ ଯୁବକ ବୁଧବାର ରାତିରେ ଏକ ଏକ ସ୍କୁଟିରେ ଯାଉଥିବା ବେଳେ ପୁଲିସ ହାବୁଡ଼ରେ ବଡ଼ିଥିଲା ଓ ପୁଲିସ ତା’ ଠାରୁ ୭ ଗ୍ରାମ ଓଜନର ବ୍ରାଉନ ସୁଗାର ସମେତ ଏକ ମିନି ଇଲେକ୍ଟ୍ରାନିକ ଓଜନ ଯନ୍ତ୍ର ଜବତ କରିଥିଲା । ଜବତ ବ୍ରାଉନ ସୁଗାର ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । ରମାକାନ୍ତ ଏହି ଇଲେକ୍ଟ୍ରାନିକ ଓଜନ ଯନ୍ତ୍ର ସହାଜଜ୍ୟରେ ଗ୍ରାମାଂଚଳର ଯୁବକଙ୍କୁ ଖୁଚୁରାରେ ବ୍ରାଉନସୁଗାର ବିକ୍ରି କରୁଥିବା ପପୁଲିସ ନିକଟାରେ ସ୍ୱିକାର କରିଛି । ପୁଲିିସ ରମାକାନ୍ତଗୁ ଗିରଫ କରିବା ସହ ୨୧ ଏଡ଼ଡିପିଏଓ ଦଫାରେ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛି । ତେବେ କେନ୍ଦ୍ରାପଡ଼ା ଜିଲଲ୍ଲାରେ ବ୍ରାୁନ ସୁଗାର କାରବାରର ମାଷଷ୍ଟରମାଇଁର୍ଡ କିଏ ତାହା ଏ ପର୍ଯ୍ୟନନ୍ତ ଜଣାପଡ଼ି ନାହିଁ । ରାମାକାନ୍ତ କେଉଁଠାରୁ ଓ କାହା ପାଖରୁ ବ୍ରାଉନସୁଗାର ଆଣି ବିକ୍ରିକରିଥାଏ ଏବଂ କେଉଁଠାରେ ବିକ୍ରି କରିଥାଏ ତାହା ସେ ପୁଲିସ ନିକଟରେ ପ୍ରକାଶ କରିନାହିଁ । ସୂଚନାଯୋଗ୍ୟ ଯେ, ପୂର୍ବରୁ ଗତ ୨୦୧୯ ମସିହାରେ କେନ୍ଦ୍ରାପଡ଼ା ସହରର ଦିଲାରପୁରରୁ ଜଣେ ଯୁବକଙ୍କ ଠାରୁ କଟକଏକସାଇଜ ଇଂଟେଲିଜେନ୍ସ ବ୍ୟୁରୋର ଏକ ଯଇମ ବ୍ରାଉନସୁଗାର ଜବତ କରିବା ସହ ଯୁବକ ଜଣକୁ ଗିରଫ କରିଥିଲା । କେନ୍ଦ୍ରାପଡ଼ା ସହରର ଯୁବକ ଓ କଲେଜ ଛାତ୍ରମାନଙ୍କୁ ଦିଲାରପୁରର ଏହି ଯୁବକ ଜଣକ ବ୍ରାଉନସୁଗାର ବିକ୍ରି କରୁଥିଲା ବୋଲି ସେ ସମୟରେ ସ୍ୱିକାର କରିଥିଲା । ତେବେ ଏହି ହାଇଭୋଲଟେଜ ନିଶା କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘଦିନ ହେଲା ଅବାଧରେ ଚାଲିଥିଲେ ବି ପୁଲିସ ଅକଶ୍ମାତ କେମିତି ଜଣେ ନିଶା ବେପାରୀକୁ ଧରିଦେଇଛନ୍ତି ବୋଲି ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । କେନ୍ଦ୍ରାପଡ଼ା ସହର ଓ ସହରକୁ ଲାଗିଥିବା ଗ୍ରାମାଂଚଳରେ ଯୁବକମାନେ ଫୁଲ ଦମରେ ଏହି ମାରତ୍ମକ ନିଶାସେବନ କରୁଥିବା ନେଇ ଅଭିଯୋଗ ହେଉଛି । ସହରର ଓ ସହର ନିକଟସ୍ଥ ଗାଁ ଗୁଡ଼ିକରେ ଥିବା ନିଛଟିଆ ପରିତ୍ୟକ୍ତ ଗୃହ ଗୁଡ଼ିକ ଏହି ନିଶା କାରବାରର ପେଣ୍ଠ ପାଲଟିଥିବା ଚର୍ଚ୍ଚା ହେଉଛି । ନିଶା ବେପାରୀମାନେ ଏହି ପରିତ୍ୟକ୍ତ ସ୍ଥାନକୁ ଆସି ଯୁବକ ଓ କଲେଜ ଛାତ୍ରଙ୍କୁ ଅବାଧରେ ନିଶା ଦ୍ରବ୍ୟ ବିକ୍ରି କରିବା ପରେ ଚାଲିଯାଉଥିବା ସ୍ଥାନୀୟ ଲୋକେନିଜ ନାମ ଗୋପନ ରଖି କହୁଛନ୍ତି । ଏହି ସ୍ଥାନମାନଙ୍କୁ ମୁଖ୍ୟତଃ ଯୁବକ, କାଲେଜ ଛାତଅ୍ର ଓ ସମ୍ଭ୍ରାନ୍ତ ପରିବାର ପିଲାମାନେ ଆସି ନିଶାସେବନ କରୁଥିବା କୁହାଯାଉଛି । ସେହିପରି ଏହି ମାରତ୍ମକ ନିଶା ସେବନ ଦ୍ୱାରା ଜିଲ୍ଳାରେ ଅପରାଧ ବୃଦ୍ଧି ପାଉଛି ବୋଲି ବୁଦ୍ଧିଜୀବୀମାନେ ମତଦେଉଛନ୍ତି । ଏବେଠୁ ସାବଧାନ ନହେଲେ ପରିସ୍ଥିତି ଅଣାୟତ ହେବ ଓବ୍ରାଉନ ସୁଗାର ଭଳି ମାରତ୍ମକ ନିଶା କାରବାର ବୃଦ୍ଧି ପାଇ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଗୁରୁତର ହୋଇ ପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking