ଯାଜପୁର: କୃଷି ବିଲକୁ ପ୍ରତ୍ୟାହାର ଦାବୀରେ ସାରା ଭାରତରେ ବନ୍ଦ ପାଳନ ହେଉଛି । ଯାଜପୁରରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି । କଂଗ୍ରେସ ପକ୍ଷରୁ ଜିଲା ସଦରମହକୁମା ର ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । ତୁରନ୍ତ କେନ୍ଦ୍ରସରକାର ତୃଟିପୂର୍ଣ୍ଣ କୃଷି ବିଲକୁ ପ୍ରତ୍ୟାହାର କରିବା ଦାବୀରେ କଂଗ୍ରେସ କର୍ମୀ ମାନେ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ । କେନ୍ଦ୍ରସରକାର କର୍ପୋରେଟ ସଂସ୍ଥାକୁ ସୁହାଇବା ଭଳି କୃଷି ବିଲ ପ୍ରସ୍ତୁତ କରିଥିବା ଅଭିଯୋଗ କରିଥିଲେ କଂଗ୍ରେସ କର୍ମୀ । ତୁରନ୍ତ କୃଷି ବିଲ ସଂଶୋଧନ କିମ୍ବା ପ୍ରତ୍ୟାହାର ନ ହେଲେ ଆନ୍ଦୋଳନ ତିବ୍ରତର କରାଯିବ ବୋଲି ଚେତାବନି ଦିଆଯାଇଛି ।