33.1 C
Bhubaneswar
Thursday, April 25, 2024
Homeଓଡିଶାକୃଷି ବିଲ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦରେ ଆଇଏନଟିୟୁସି, ଓସିଆଇଟିୟୁସି ପକ୍ଷରୁ ରେଳ ରୋକ

କୃଷି ବିଲ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦରେ ଆଇଏନଟିୟୁସି, ଓସିଆଇଟିୟୁସି ପକ୍ଷରୁ ରେଳ ରୋକ

ଯାଜପୁର :ଯାଜପୁର ଆଜି କୃଷି ବିଲ ପ୍ରତ୍ୟାହାର ଦାବିରେ ଆଜି କୃଷକ ସଂଗଠନ ମାନଙ୍କ ଆହ୍ୱାନରେ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ଆଇ ଏନଟିୟୁସି, ସିଆଇଟିୟୁ, ଅଣ ସଂଗଠିତ ଶ୍ରମିକ କଂଗ୍ରେସ ଓ ସି ପି ଆଇ ଏମ ପକ୍ଷରୁ ମିଳିତ ଭାବେ ସକାଳ ୮ଟାରୁ କର୍ମୀ ମାନେ ଗୋପବନ୍ଧୁ ଛକ ଠାରେ ପ୍ରତିବାଦ କରିବା ସହ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ବିଭିନ୍ନ ବ୍ୟାଙ୍କ ବୀମା କାର‌୍ୟ୍ୟାଳୟ ଗୁଡିକୁ ବନ୍ଦ କରାଯାଇଥିଲା ଓ ପରେ ପରେ ଯାଜପୁର କେଉଁଝର ରୋଡ ରେଲୱେ ଷ୍ଟେସନ ରେ ପହଂଚି ରେଳରୋକ କରାଯାଇଥିଲା । ରେଳବାଇ ପୋଲିସ ଆଇ ଏନଟିୟୁସିର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି, ସିଆଇଟିୟୁର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ,କୃଷକ ନେତା ନାରାୟଣ ଚନ୍ଦ୍ର ନାୟକ, ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଜିଲ୍ଲା ସମ୍ପାଦକ ପରମାନନ୍ଦ ସେଠୀ, ଯୁବ ଆଇ ଏନ ଟି ୟୁ ସି ର ବ୍ୟାସନଗର ସଭାପତି ଜଗବନ୍ଧୁ ନାୟକ, ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ର ଆବାହକ ରଞ୍ଜନ କୁମାର ନାୟକ,ପ୍ରମିଳା ସାହୁ, ମେସ୍କୋ ୱାର୍କରସ ୟୁନିଅନ ସମ୍ପାଦକ ସେକ ସବୀର ହୋସେନ, ସୁକିନ୍ଦା ରୋଡ ଲୋଡ଼ିଂ ଅନଲୋଡିଂ ଲେବର ୟୁନିଅନ ଉପ ସଭାପତି ଅଭିମନ୍ୟୁ ପାତ୍ର, ପାଚିକା ସଙ୍ଘର ବେବିନା ଜେନା, ଲାଳମଣୀ ମୁଣ୍ଡା, ସନ୍ତୋଷ ବରାଳ, ଆଇ ଏନ ଟି ୟୁ ସି ର ଜେମାମଣୀ କୁଅଁର, ଶତ୍ରୁଘନ ମଳିକ, ଲଷ୍ମୀଧର ପାତ୍ର,ଅଭିନ୍ନ ମଳିକ, ମହେନ୍ଦ୍ର ମହାପାତ୍ର,ଦର୍ଶନ ନାୟକ, ଲିଲି ମହାନ୍ତି, ସଞ୍ଜୁଲତା ବାରିକ, ମାଳତୀ ଟୁଡୁ, ପଦ୍ମାବତୀ କିଶକୁ, ଚଗଲା ଜେନା, ତ୍ରିଲୋଚନ ରାଉତ ପ୍ରମୁଖଙ୍କୁ ଅଟକ ରଖି ମାଲ ବାହି ଗାଡି କୁ ଛାଡିଥିଲା । ତୁରନ୍ତ ପ୍ରଧାନମନ୍ତ୍ରୀ ୫୬ ଗୋଟି କୃଷକ ସଂଗଠନର ନେତୃତ୍ୱ ମାନଙ୍କ ସଷହିତ ଆଲୋଚନା କରି କୃଷି ବିଲକୁ ପ୍ରତ୍ୟାହାର ନ କଲେ ବିଭିନ୍ନ ଶ୍ରମିକ ସଂଗଠନ ଓ ରାଜନୈତିକ ଦଳ ମାନେ ରାଜ ରାସ୍ତା କୁ ଓହ୍ଲାଇବାକୁ ବାଧ୍ୟ୍ୟ ହେବେ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking