36.1 C
Bhubaneswar
Tuesday, May 28, 2024
Homeଓଡିଶାମା’କୁ ନଦୀପଠାରେ ୨ ପୁଅ ଛାଡ଼ିଦେବା ଘଟଣା, ବୃଦ୍ଧାଙ୍କୁ ସାହାଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ...

ମା’କୁ ନଦୀପଠାରେ ୨ ପୁଅ ଛାଡ଼ିଦେବା ଘଟଣା, ବୃଦ୍ଧାଙ୍କୁ ସାହାଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭଞ୍ଜନଗର :  ଭଞ୍ଜନଗର ବାଇପାସ୍‌ର ନିର୍ଜନ ସ୍ଥାନରୁ ଉଦ୍ଧାର ଅସହାୟ ବୃଦ୍ଧା ବିଜୟା ପଟ୍ଟନାୟକଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏହା ପରେ ନିଜେ ଜିଲ୍ଲାପାଳ ବୃଦ୍ଧାଙ୍କୁ ଉଦ୍ଧାର କରି ସହାୟତା ଯୋଗାଇଛନ୍ତି । ବୃଦ୍ଧାଙ୍କୁ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଇ ଚିକିତ୍ସା ଆରମ୍ଭ କରାଇଛନ୍ତି । ବୃଦ୍ଧାଙ୍କୁ ସାମାଜିକ ସହାୟତା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୃଦ୍ଧାଙ୍କୁ ତାଙ୍କ ନିଜ ଘରେ ଥଇଥାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବରିଷ୍ଠ ନାଗରିକଙ୍କ ପ୍ରତି ଅମାନୁଷିକ ବ୍ୟବହାରକୁ ବରଦାସ୍ତ କରାଯିବନି ବୋଲି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ, ବ୍ରହ୍ମପୁର ସହର ନିକଟ ଗୋଳନ୍ଥରା ଗ୍ରାମର ୮୫ବର୍ଷର ବୃଦ୍ଧା ବିଜୟା ପଟ୍ଟନାୟକଙ୍କୁ ତାଙ୍କର ଦୁଇ ଭିନ୍ନକ୍ଷମ ପୁଅ ରବିନ୍ଦ୍ରନାଥ ଓ ରମେଶ ଗତ ୫ବର୍ଷ ପୂର୍ବେ ନିଜ ଭଉଣୀଘର ଜଗନ୍ନାଥପ୍ରସାଦରେ ଛାଡି ଦେଇ କାମଧନ୍ଦା ଅନ୍ୱେଷଣରେ କୋଲକାତା ଚାଲିଯାଇଥିଲେ । କିଛି ଦିନ ହେଲା ଉଭୟେ କୋଲକାତାରୁ ଫେରି ଭଉଣୀ ଘରେ ଆଶ୍ରୟ ନେଇଥିଲେ । ତେବେ ବିଧବା ଭଉଣୀର ସେଭଳି ଆର୍ଥିକ ସ୍ୱଚ୍ଛତା ନଥିବା କାରଣରୁ ବାଧ୍ୟ ହୋଇ ମା’କୁ ନେଇ ଉଭୟ ଭାଇଙ୍କୁ ଘରୁ ଚାଲିଯିବାକୁ କହିଥିଲା । ଏଥିନେଇ ପାଟିତୁଣ୍ଡ ହେବାପରେ ଶେଷରେ ଦୁଇ ଭାଇ ରବିନ୍ଦ୍ର ଓ ରମେଶ ମା’ ବିଜୟାକୁ ନେଇ ସେଠାରୁ କୌଣସି ମତେ ଭଞ୍ଜନଗର ଆସିବାପରେ ବାଇପାସ ରୋଡରେ ଲୋହରାଖଣ୍ଡି ବ୍ରିଜ ତଳକୁ ବୃଦ୍ଧା ମାଆଙ୍କୁ ଟାଣି ଟାଣି ନେଇଥିଲେ ।

ଦୂରରୁ ଏଭଳି ଘଟଣା କିଛି ସ୍ଥାନୀୟ ଲୋକ ଦେଖିବାପରେ ହୁଏତ ଦୁହେଁ ଶବ ଧରି ନଦୀପଠାକୁ ଯାଉଥିବା ଭାବି ଲକ୍ଷ୍ୟ କରିଥିଲେ । ତେବେ ବୃଦ୍ଧାଙ୍କୁ ନଦୀ ପଠାରେ ଶୁଆଇ ଉଭୟ ଭାଇ ଘଟଣାସ୍ଥଳରୁ ଖସୁଥିବା ବେଳେ ଲୋକମାନେ ବୃଦ୍ଧା ବଞ୍ଚିଥିବା ଦେଖି ଚିତ୍କାର  କରି ଉଭୟଙ୍କୁ ଧରିଥିଲେ । ଦୁଇ ଭାଇଙ୍କ ଆଖିକୁ ଦେଖାଯାଉନଥିବାରୁ ଏମାନେ ମଧ୍ୟ ଘଟଣାସ୍ଥଳରୁ ଖସି ପାରିନଥିଲେ । ପରେ ଲୋକମାନେ ଉଭୟଙ୍କୁ ଧରି ପୁଲିସରେ ସୂଚନା ଦେଇଥିଲେ । ପୁଲିସ ବୃଦ୍ଧାଙ୍କୁ ଉଦ୍ଧାର କରିବାସହ ମେଡିକାଲରେ ଭର୍ତ୍ତିର୍ି କରିଥିଲେ । ବୃଦ୍ଧାଙ୍କ ୨ ପୁଅକୁ ଥାନାରେ ଅଟକ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking