26.1 C
Bhubaneswar
Friday, March 29, 2024
Homeଓଡିଶାଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କ ଅବସର ଗ୍ରହଣ

ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କ ଅବସର ଗ୍ରହଣ

କଟକ : ହାଇକୋର୍ଟର ବିଚାରପତି ପ୍ରମଥ ପଟ୍ଟନାୟକ ଚଳିତ ସପ୍ତାହରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଶୁକ୍ରବାର ଓଡ଼ିଶା ହାଇକୋର୍ଟରେ ଜଷ୍ଟିସ୍ ପଟ୍ଟନାୟକଙ୍କର ଶେଷ କାର୍ଯ୍ୟ କାର୍ଯ୍ୟ ଦିବସ । ଏହି ଅବସରରେ ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଷ୍ଟିସ୍ ପଟ୍ଟନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।  ଶ୍ରୀ ପଟ୍ଟନାୟକ ୧୯୫୯ ମସିହା ଜୁନ୍ ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଭୁବନେଶ୍ୱର ସରକାରୀ ହାଇସ୍କୁଲ୍‌ରେ ଗତ ୧୯୭୫ ମସିହାରେ ହାଇସ୍କୁଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୭୯ରେ ବିଜେବି କଲେଜ୍‌ରୁ  ରାଜନୀତି ବିଜ୍ଞାନ ସମ୍ମାନ ସହ ଗ୍ରାଜୁଏସନ୍ ସମାପ୍ତ କରିଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ  ୧୯୮୧ ମସିହାରେ ମାଷ୍ଟରଡିଗ୍ରୀ ଶେଷ କରିଥିଲେ ।

ଏହାପରେ ୟୂନିଭର୍‌ସିଟି  ଆଇନ ମହାବିଦ୍ୟାଳୟରୁ ୧୯୮୬ ମସିହାରେ ସେ ଆଇନ ଶିକ୍ଷା ସମାପ୍ତ କରିବା ସହ ୧୯୮୬ ମସିହାରେ ଓଡିଶା ହାଇକୋର୍ଟରେ ଓକିଲାତି ପେସା ଆରମ୍ଭ କରିଥିଲେ । ସେ ୧୯୯୪ ମସିହାରୁ ଅକ୍ଟୋବର ୧୯୯୪ ପର୍ଯ୍ୟନ୍ତ ସ୍ୟାଟ୍‌ରେ ସରକାରୀ ଓକିଲ ଭାବେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରୁ ୨୦୦୬ ମସିହା ପର୍ଯ୍ୟନ୍ତ ସେ ଓଡିଶା ହାଇକୋର୍ଟରେ ଅତିରିକ୍ତ ଷ୍ଟାଣ୍ଡିଂ କାଉନ୍‌ସେଲ୍ ଭାବେ ନିଯୁକ୍ତି ପାଇଥିଲେ । ଏହା ପରେ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଅତିରିକ୍ତ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଥିଲେ । ସେହିପରି ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ସେ ସ୍ୟାଟ୍‌ର ଭୁବନେଶ୍ୱର ମୁଖ୍ୟ ବେଞ୍ଚ୍‌୍‌ରେ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ଶ୍ରୀ ପଟ୍ଟନାୟକ ଗତ ୨୦୧୪ ମସିହା ସେପ୍ଟେମ୍ବର ୨ ତାରିଖରେ ଓଡିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।   ୨୦୧୪  ଡିସେମ୍ବର ୨୨ ତାରିଖରେ ତାଙ୍କର ଝାଡ଼ଖଣ୍ଡ ହାଇକୋର୍ଟକୁ ବଦଳି ହୋଇଥିଲା ।  ଏହାପରେ ପୁଣି ତାଙ୍କର ଓଡିଶା ହାଇକୋର୍ଟକୁ ବଦଳି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking