36.1 C
Bhubaneswar
Tuesday, May 26, 2026
Homeଓଡିଶାଭଦ୍ରକ ଥାନାର ପୋଲିସ ଏଏସ୍ଆଇ ନିଲମ୍ବିତ

ଭଦ୍ରକ ଥାନାର ପୋଲିସ ଏଏସ୍ଆଇ ନିଲମ୍ବିତ

ଭଦ୍ରକ: କର୍ତ୍ତବ୍ୟରେ ଅବହେଳା ପାଇଁ ଭଦ୍ରକ ଥାନାର ପୋଲିସ ଏଏସ୍ଆଇ ନିଲମ୍ବିତ। ନିଲମ୍ବିତ ଏଏସ୍ଆଇଙ୍କ ନାମ ସୁଶାନ୍ତ କୁମାର ନାୟକ, ସେ ଭଦ୍ରକ ଟାଉନ ଥାନାରେ କାର୍ଯ୍ୟରତ। ରିପୋର୍ଟ ଅନୁସାରେ, ସେ ପ୍ରାୟ ଦୁଇ ବର୍ଷ ଧରି ଟାଉନ୍ ଥାନାରେ କାର୍ଯ୍ୟ କରୁଥିଲେ, କିନ୍ତୁ ତାଙ୍କର କାମ ସନ୍ତୋଷଜନକ ନଥିଲା। ଏପରିକି ଟାଉନ୍ ଥାନା ଅଧିକାରୀ ମଧ୍ୟ ତାଙ୍କୁ ପୋଲିସ ସେବା ଏବଂ କାମ ଠିକ୍ ଭାବରେ ନ କରିବା ପାଇଁ ଅନେକ ଥର ଭର୍ତ୍ସନା କରିଥିଲେ। କିନ୍ତୁ ଏହା ସତ୍ତ୍ୱେ, ସେ ତାଙ୍କ କର୍ତ୍ତବ୍ୟ ଠିକ୍ ଭାବରେ ସମ୍ପାଦନ କରୁନଥିବାରୁ ଥାନା ଅଧିକାରୀ ଭଦ୍ରକ ଏସ୍ପିଙ୍କୁ ଏ ବିଷୟରେ ଜଣାଇଥିଲେ। ଶେଷରେ, ଭଦ୍ରକ ଏସ୍ପି ମନୋଜ ରାଉତ ତାଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ବୋଲି ଭଦ୍ରକ ଟାଉନ୍ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking