32.1 C
Bhubaneswar
Sunday, April 28, 2024
Homeଓଡିଶାସାବାଳିକା ହେବା ପରେ ପ୍ରେମିକଙ୍କୁ ବିବାହ

ସାବାଳିକା ହେବା ପରେ ପ୍ରେମିକଙ୍କୁ ବିବାହ

ଭଦ୍ରକ : ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପ୍ରାୟୋଜିତ ସୋସାଇଟି ଫର ଉଇକର କମ୍ୟୁନିଟି ଦ୍ୱାରା ପରିଚାଳିତ ଆଶିଆନା ସ୍ୱଧାର ଗୃହ ଅନ୍ତେବାସିନୀ ସୋନାଲୀ ପାଢ଼ୀ  ପ୍ରେମିକ ଦୀପୁ ଯେନାଙ୍କୁ କୁଆଁସ ଜଗନ୍ନାଥ ମନ୍ଦିରରେ ବୈଦିକ ରୀତିନୀତିରେ ବିବାହ କରିଛନ୍ତି । ପ୍ରକାଶ ଯେ, ତିହିଡ଼ି ଥାନା ତାଳପଦା ଗ୍ରାମର ସୋନାଲି ଏହି ଥାନା ଅନ୍ତର୍ଗତ କୁବେରା ଗ୍ରାମର ଦୀପୁଙ୍କୁ ପ୍ରେମ କରୁଥିଲେ । ଉଭୟେ ବିବାହ କରିବାକୁ ସ୍ଥିର କରିଥିବାବେଳେ ପରିବାର ଲୋକେ ଏହାର ବିରୋଧ କରିଥିଲେ । ଯାହାଫଳରେ ଉଭୟ ଗତ ୨୦୧୯ ମସିହା ମାର୍ଚ୍ଚ ୩୦ ତାରିଖରେ ଘରୁ ଲୁଚି ପଳାଇ ଆସିଥିଲେ । ସେତେବେଳେ ସୋନାଲି ନାବାଳିକା ଥିବାରୁ ପରିବାର ଲୋକେ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ସୋନାଲିଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବାବେଳେ ସୋନାଲି ଯିବାକୁ ମନା କରିବାରୁ ତାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଥିଲା ।

କମିଟି ତାଙ୍କୁ ଆଶିଆନାର ମୁକ୍ତାଶ୍ରୟ କେନ୍ଦ୍ରରେ ରଖାଇଥିଲେ । ପରେ ସେ ସାବାଳିକା ହେବାରୁ ତାଙ୍କୁ ଆଶିଆନା ସ୍ୱଧାର ଗୃହକୁ ସ୍ଥାନାନ୍ତର କରାଯାଇଥିଲା । ଆଶିଆନା ପକ୍ଷରୁ ପରାମର୍ଶଦାତ୍ରୀ ଅନିମା ପଣ୍ଡା ଉଭୟ ପରିବାର ସହିତ ବିବାହ ନେଇ ଆଲୋଚନା କରିଥିଲେ । ତେବେ ସୋନାଲିଙ୍କ ପରିବାର ଏଥିରେ ସମ୍ମତି ପ୍ରକାଶ ନକରିବା ସହିତ ସୋନାଲି ଦୀପୁଙ୍କୁ ବିବାହ କଲେ ତାଙ୍କର ଆପତ୍ତି ନାହିଁ । ମାତ୍ର ସେମାନେ ତାଙ୍କ ଘରକୁ ଯିବା ଆସିବା କରିପାରିବେ ନାହିଁ ବୋଲି ଲିଖିତାକାରରେ ଦେବା ପରେ ସୋନାଲି ଓ ଦୀପୁ ଉଭୟ ରାଜି ହୋଇ ବିବାହ କରିଛନ୍ତି । ଆଜି କୋଭିଡ୍ କଟକଣାରେ ମନ୍ଦିରରେ ଏହି ବିବାହ ସମ୍ପନ୍ନ ହେବା ପରେ ସୋନଲି ସ୍ୱାମୀ ଦୀପୁଙ୍କ ସହ ଶାଶୁ ଘରକୁ ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking