26.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ଆଜି ୬,୯୯୮ କରୋନା ସଂକ୍ରମିତ ଚିହ୍ନଟ,୧୨ ସଂକ୍ରମିତଙ୍କ ମୃତ୍ୟୁ

ରାଜ୍ୟରେ ଆଜି ୬,୯୯୮ କରୋନା ସଂକ୍ରମିତ ଚିହ୍ନଟ,୧୨ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୬୯୯୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୦୫୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୯୪୪ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଆଜି ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୫୫୧୩ରେ ପହଞ୍ଚିଛି । ୩,୭୫,୭୧୧ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ରାଜ୍ୟରେ ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୫୭,୭୧୦ । ଏବେ ସୁଦ୍ଧା ରାଜ୍ୟରେ ୧୦୦୪୧୨୦୪ସାମ୍ପୁଲ ପରୀକ୍ଷଣ କରାଯାଇଛି ।

ନୂଆ ସଂକ୍ରମିତଙ୍କ ମଧ୍ୟରେ କଟକରୁ ୫୧୭, ସୁନ୍ଦରଗଡ଼ରୁ ୪୭୪, ନୂଆପଡ଼ାରୁ ୪୨୦ ଜଣ,ଝାରସୁଗୁଡ଼ାରୁ ୩୯୬, ବରଗଡ଼ରୁ ୩୩୦, ଅନୁଗୁଳରୁ ୩୨୫,ସମ୍ବଲପୁରରୁ ୩୨୩, ମୟୂରଭଞ୍ଜରୁ ୩୦୮, କଳାହାଣ୍ଡିରୁ ୨୯୨, ପୁରୀରୁ ୨୮୮, ନବରଙ୍ଗପୁରରୁ ୨୫୫ ଓ ବଲାଙ୍ଗିରରୁ ୨୩୬ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୨୨୬, ରାୟଗଡ଼ାରୁ ୧୮୧, କେନ୍ଦୁଝରରୁ ୧୬୦ ଜଣ, ସୁବର୍ଣ୍ଣପୁରରୁ ୧୩୧ ଜଣ, ଗଞ୍ଜାମରୁ ୧୨୮ ଜଣ, ଗଜପତି ଓ ନୟାଗଡ଼ରୁ ୧୨୧ ଲେଖାଏଁ, ଜଗତସିଂହପୁରରୁ ୧୦୪ ଜଣ, ବାଲେଶ୍ୱରରୁ ୯୭ଜଣ , ଭଦ୍ରକରୁ ୯୧ ଜଣ, କେନ୍ଦ୍ରାପଡ଼ାରୁ ୭୭ ଜଣ, ଦେବଗଡ଼ରୁ ୭୪ ଜଣ, ବୌଦ୍ଧରୁ ୬୫ ଜଣ, କୋରାପୁଟରୁ ୫୭ ଜଣ, କନ୍ଧମାଳରୁ ୪୫ ଜଣ, ମାଲକାନଗିରିରୁ ୩୦ ଜଣ, ଢେଙ୍କାନାଳରୁ ୨୨ଜଣ ଓ ଷ୍ଟେଟ୍ ପୁଲରୁ ୧୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହପରି ଆଜି ରାଜ୍ୟରେ କରୋନାରେ ୧୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଅକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ, ଅନୁଗୁଳ, କଟକ, କେନ୍ଦୁଝର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ଜୀବନ ଯାଇଛି। ଫଳରେ ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୦୨୯କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking