28.1 C
Bhubaneswar
Tuesday, May 14, 2024
Homeଓଡିଶାବନ୍ଦ ଘରେ ଦୁଇ ବୃଦ୍ଧା ଭଉଣୀଙ୍କ ମୃତଦେହ, କରୋନା ଭୟରେ ପାଖ ମାଡ଼ିଲେନି ସାହି ପଡ଼ୋଶୀ

ବନ୍ଦ ଘରେ ଦୁଇ ବୃଦ୍ଧା ଭଉଣୀଙ୍କ ମୃତଦେହ, କରୋନା ଭୟରେ ପାଖ ମାଡ଼ିଲେନି ସାହି ପଡ଼ୋଶୀ

ଗଞ୍ଜାମ: କବିସୂର୍ଯ୍ୟନଗର ବ୍ଲକର ସୁନାପଲ୍ଲୀ ପଞ୍ଚାୟତର ଅଶିଣିପୁର ଗାଁ ହରିଜନ ସାହିରେଏକ ଅଭାବନୀୟ ଘଟଣା ଦେଖିବାକୁମିଳିଛି । ଗୋଟିଏ ପରିବାର ଦୁଇ ବୃଦ୍ଧା ଭଉଣୀ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ଗତକାଲି ରାତିରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ସେମାନେ ହେଲେ ସ୍ୱର୍ଗତ ଭାସ୍କର ନାହାକଙ୍କ ପତ୍ନୀ ଶାନ୍ତି ନାହାକ (୬୭) ଓ କାମରାଜୂ ନାହାକଙ୍କ ପତ୍ନୀ ଅହଲ୍ୟା ନାହାକ (୬୫) । ଦୁଇ ଭଉଣୀ ଗତ କିଛି ଦିନ ହେବ ଜ୍ୱରରେ ପୀଡିତ ଥିବା ସୂଚନା ମିଳିଛି । ତେବେ କୋରୋନା ଭୟରେ ପାଖ ମାଡ଼ିଲେ ନାହିଁ ସାହି ପୋଡ଼ଶୀ ।

ମୃତ ଦୁଇ ବୃଦ୍ଧା ଭଉଣୀ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ସୂଚନା ମିଳିଛି । କବିସୂର୍ଯ୍ୟନଗର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । କରୋନାଜନିତ ମୃତ୍ୟୁ ଭୟରେ ସାହିବାସିନ୍ଦାର କେହି ପାଖ ମାଡ଼ି ନଥିବା ଜାଣିବାକୁ ପାଇଥିଲା । ବିଡିଓ ପିପିଇ କିଟ ଯୋଗାଇ ଦେବା ପରେ  ପୁଲିସ ସହଯୋଗରେ ଶବ ଦାହ ଆଜି କରାଯାଇଛି । କିଛି ମହନୀୟ ପୁଲିସ କର୍ମଚାରୀ ଓ ଗ୍ରାମବାସୀଙ୍କ ସହଯୋଗରେ ଅନ୍ତିମ ସଂସ୍କାର ଗାଁ ମଶାଣିରେ ସମ୍ପନ୍ନ ହୋଇଛି । ଜ୍ୱରରେ ପୀଡିତ ଥିବାବେଳେ କୌଣସି ଜନ ପ୍ରତିନିଧି ସେମାନଙ୍କ ଯତ୍ନ ନନେବା ଘଟଣା ଗାଁରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking