36.7 C
Bhubaneswar
Tuesday, April 16, 2024
Homeସ୍ୱାସ୍ଥ୍ୟସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ମିଶ୍ରି ଓ ସୋରିଷ

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ମିଶ୍ରି ଓ ସୋରିଷ

ଭୁବନେଶ୍ୱର: ମିଶ୍ରି ଏକ ଏପରି ଦ୍ରବ୍ୟ ଯାହା ପ୍ରତ୍ୟେକ ଘରେ ଉପଲବ୍ଧ । ଏହାକୁ ପୂଜାର୍ଚ୍ଚନା ସମୟରେ ମଧ୍ୟ ଭୋଗ କରିବାରେ ବ୍ୟବହାର କରାଯାଏ । ପାଟି ଦୁର୍ଗନ୍ଧ ଦୂର କରିବା ପାଇଁ ବ୍ୟବହାର କରାଯାଏ । ମିଶ୍ରିରେ ବହୁ ଔଷଧୀୟ ଗୁଣ ରହିଛି । ଖାଦ୍ୟ ଖାଇବା ପରେ ମିଶ୍ରି ଖାଇଲେ ଅଧିକ ଶକ୍ତି ମିଳିବା ସହ ମାନସିକ ଶାନ୍ତି ମିଳିଥାଏ l ଶରୀରରେ ହିମୋଗ୍ଲୋବିନର ମାତ୍ରା କମିଲେ ରକ୍ତ ତିଆର ହୋଇପାରେ ନାହିଁ । ଫଳରେ ବ୍ୟକ୍ତିଙ୍କୁ ହାଲିଆ ଅନୁଭବ ହୋଇଥାଏ । ନିମୟିତ ମିଶ୍ରିର ସେବନ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଥଣ୍ଡା ହେବା ମାତ୍ରେ ସଭିଁଙ୍କର କାଶ ହୋଇଥାଏ । ଫଳରେ ପେଟରେ ଓ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ମିଶ୍ରିରେ ଅଳ୍ପ ଗୋଲମରିଚ ମିଶାଇ ଖାଇଲେ ଥଣ୍ଡାକାଶ ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ । ମିଶ୍ରି ପାଣି ସପ୍ତାହକୁ ୨ କିମ୍ବା ୩ ଥର ପିଇଲେ ପେଟ ଥଣ୍ଡା ହୋଇଥାଏ । ମିଶ୍ରିର ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିବା ସହ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ ।
ବହୁ ସମୟରେ ପାଟି ଭିତରେ ଲାଲ ଦାଗ ଭଳି ହୋଇଯାଏ । ଏହି ସମୟରେ ମିଶ୍ରି ଓ ଗୁଜୁରାତିକୁ ପେଷ୍ଟ କରି ଦାଗ ସ୍ଥାନରେ ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ସୋରିଷର ସେବନ କରିବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିଥାଏ । ସୋରିଷକୁ ବତୁରାଇ ଏହି ପାଣିକୁ ପିଇବା ଦ୍ୱାରା ପେଟରେ ଥିବା କୃମି ରହିନଥାଆନ୍ତି ।
ପାଦ ଗଣ୍ଠି ଆଦିରେ ଯନ୍ତ୍ରଣା ଅନୁଭବ ହେଲେ କିଛି ସୋରିଷକୁ ଏ କସୂତା କପଡ଼ାରେ ବାନ୍ଧି ସେକ ଦିଅନ୍ତୁ । ଏପରି କରିବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
ଥଣ୍ଡା ସମୟରେ ସୋରିଷ ଗୁଣ୍ଡରେ ମହୁ ମିଶାଇ ଏହାକୁ ଶୁଙ୍ଘିବା ଦ୍ୱାରା ଥଣ୍ଡା ଶୀଘ୍ର ଭଲ ହୋଇଥାଏ ।
ଏହାସହ ସୋରିଷରେ ଏଭଳି କେତେକ ତତ୍ତ୍ୱ ରହିଛି, ଯାହା ଦ୍ୱାରା ଏହାକୁ ସେବନ କଲେ ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ । ସୋରିଷ ପାଣିରେ ମୁହଁ ଧୋଇବା ଦ୍ୱାରା ମୁହଁର ଚମକ ବୃଦ୍ଧି ପାଇଥାଏ ।
ସୋରିଷକୁ ରାତି ସାରା ବତୁରାଇ ଏହାର ପାଣିକୁ କେଶ ମୂଳରେ ଲଗାଇଲେ ରୂପି ସମସ୍ୟା ଦୂର ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking