32.1 C
Bhubaneswar
Thursday, March 28, 2024
Homeଓଡିଶାସାବିତ୍ରୀ ବ୍ରତ ପାଇ ଦୋକାନ ଖୋଲି ବେପାର କରୁଥିଲେ , ଫାଇନ ସହ ଦୋକାନ ସିଲ୍

ସାବିତ୍ରୀ ବ୍ରତ ପାଇ ଦୋକାନ ଖୋଲି ବେପାର କରୁଥିଲେ , ଫାଇନ ସହ ଦୋକାନ ସିଲ୍

ଭବାନୀପାଟଣା : କୋଭିଡ ଗାଇଡଲାଇନ ଉଲଂଘନ କରିବାରୁ ଭବାନିପାଟଣା ମାଣିକେଶ୍ବରୀ ମନ୍ଦିର ନିକଟ ପୁଜା କ୍ଲଥ ଷ୍ଟୋର କୁ ସିଲ କଲା ପ୍ରଶାସନ,5000 ଟଙ୍କା ଫାଇନ ସହ ଦୋକାନ ସିଲ , ସାବିତ୍ରୀ ବ୍ରତ ଥିବାରୁ ପଛ ପଟୁ ଦୋକାନ ଖୋଲି ଗ୍ରାହକଙ୍କୁ ସାମଗ୍ରୀ ଦେଉଥିଲେ । କରୋନା ସଙ୍କ୍ରମଣ ରୋକିବାକୁ ସରକାର 17 ତାରିଖ ପର୍ଯ୍ୟନ୍ତ ଲକଡାଉନ କୁ ବୃଦ୍ଧି କରିଥିବା ବେଳେ ଲୋକଙ୍କୁ ଘରେ ରହିବା ପାଇଁ ପ୍ରଶାସନ ନିବେଦନ କରିବା ସହ ଅତି ଜରୁରୀକାଳୀନ ଦୋକାନ କୁ ଖୋଲା ରଖିବା ପାଇଁ କୁହାଯାଇଛି । ହେଲେ ଭବାନିପାଟଣା ସହରରେ ଅନେକ ଦୋକାନ କରୋନା ଗାଇଡଲାଇନ ଉଲଂଘନ କରି ଦୋକାନ ଖୋଲୁଛନ୍ତି । ସାବିତ୍ରୀ ବ୍ରତ ପାଇଁ ଆଜି ସକାଳୁ ସକାଳୁ ଭବାନିପାଟଣା ମାଣିକେଶ୍ବରୀ ମନ୍ଦିର ନିକଟ ରେ ଥିବା ପୁଜା କ୍ଲଥ ଷ୍ଟୋର ଖୋଲି ପଛ ପଟ ଗେଟ ରୁ ଲୋକଙ୍କୁ ସାମଗ୍ରୀ ଦେଇଥିଲା ଯାହା ପ୍ରଶାସନ ଖବର ପାଇ ପହଞ୍ଚିବା ପରେ ଦୋକାନ ଭିତରେ ସାମାଜିକ ଦୁରତ୍ବ ଭୁଲି ଓ କରୋନା ଗାଇଡଲାଇନ ଉଲଂଘନ ଅଭିଯୋଗ ରେ 5000 ଟଙ୍କା ଫାଇନ ସହ ଦୋକାନ କୁ ସିଲ କରାଯାଇଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking