25.1 C
Bhubaneswar
Wednesday, March 11, 2026
Homeଓଡିଶାମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା

ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା

ବାଲେଶ୍ୱର: ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସହାୟତା ଘୋଷଣା ନେଇ ସାଂସଦ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପୈତୃକ ଗାଁ ପଳାସିଆରେ ମର ଶରୀର ପହଞ୍ଚି ପଞ୍ଚଭୂତରେ ଲୀନ ହୋଇଛନ୍ତି ସୋମ୍ୟାଶ୍ରୀ । ଅନ୍ୟପଟେ କାନ୍ଦବୋବାଳିରେ ଫାଟି ପଡୁଛି ପୁରା ପରିବେଶ ।   ରୀତିନୀତି ଅନୁସାରେ ନିଜ ଜନ୍ମ ମାଟିରେ ଶେଷକୃତ୍ୟ  ହୋଇଛି  । ନ୍ୟାୟ ପାଇଁ ଗୁହାରି କରି ଶେଷରେ ହାରିଗଲେ ସୌମ୍ୟାଶ୍ରୀ। ଅଧ୍ୟାପକଙ୍କ ନିର୍ଯାତନା ସହି ନ ପାରି ଆତ୍ମାହୁତି ଉଦ୍ୟମ କରିଥିବା ବାଲେଶ୍ଵର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। କଲେଜର ଅଧ୍ୟାପକ ସମୀର ସାହୁ ସୌମ୍ୟାଶ୍ରୀଙ୍କୁ ବାରବାର ନିର୍ଯାତନା ଦେଇ ଆସୁଥିଲେ। ଏ ନେଇ ସେ ବିଭିନ୍ନ ମହଲରେ ଅଭିଯୋଗ କରିଥିଲେ। ପୁଲିସଠାରୁ ଆରମ୍ଭ କରି କଲେଜ ଅଧ୍ୟକ୍ଷ, ସମସ୍ତଙ୍କୁ ଗୁହାରି କରିଥିଲେ। ହେଲେ ଶେଷରେ ନିରାଶ ହେବାକୁ ପଡ଼ିଥିଲା। ଯେଉଁ କାରଣରୁ ସେ କଲେଜରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking