33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶସୌନ୍ଦର୍ଯ୍ୟର ଅନ୍ୟନାମ ଫିଙ୍ଗଲସ ଗୁମ୍ଫା

ସୌନ୍ଦର୍ଯ୍ୟର ଅନ୍ୟନାମ ଫିଙ୍ଗଲସ ଗୁମ୍ଫା

ନୂଆଦିଲ୍ଲୀ: ସ୍କଟଲାଣ୍ଡ ସମୁଦ୍ରରେ ଅବିଭକ୍ତ ଷ୍ଟାଫାରେ ଥିବା ଫିଙ୍ଗଲସ ଗୁମ୍ଫା ନିଜ ଆକୃତିକୁ ନେଇ ସମଗ୍ର ବିଶ୍ୱରେ ବେଶ ପରିଚିତ । ଆଉ ଏହି ଗୁମ୍ଫାର ନିର୍ମାତା ବି ନିଜେ ପ୍ରକୃତି । ଏହି ଗୁମ୍ଫା କୁ ସେଠାରେ ଉଅମ-ବିନ୍ନ କୁହାଯାଏ । ଯାହାର ଅର୍ଥ ଲୟର ଗୁମ୍ଫା ।  ପ୍ରକୃତି ସହିତ ଗୁମ୍ଫାର ତାଳମେଳ ବହୁତ ଭଲ । ଯେଉଁଥିପାଇଁ ଏହି ଗୁମ୍ଫାର ସୁନ୍ଦରତାରେ ଚାର୍ ଚାନ୍ଦ ଲାଗିଯାଏ ।  ପଶ୍ଚିମ ସ୍କଟଲାଣ୍ଡର ଷ୍ଟାଫା ମଝିରେ ରହିଛି ଏହି ଗୁମ୍ଫା । ଯଦି ଆମେ ସୌନ୍ଦର୍ଯ୍ୟ କଥା କହିବା ତେବେ ଏହି ଗୁମ୍ଫା ହେଉଛି ତାର ଜ୍ୱଳନ୍ତ ଉଦାହରଣ ।
ଏହାର ଦୈର୍ଘ୍ୟ ପ୍ରାୟ ୨୨୭ ଫୁଟରୁ ୨୭୦ ଫୁଟ ବୋଲି କୁହାଯାଏ । ଏହାର ଖୋଦିତ ଛାତ ସମୁଦ୍ର ପତ୍ତନରୁ ୬୬ଟି ଫୁଟରୁ ୭୨ ଫୁଟ ହୋଇଥିବା ବେଳେ ଏହାର ପ୍ରସ୍ଥ ହେଉଛି ପ୍ରାୟ ୪୦ ଫୁଟ । ଆଉ ଏହାର ଚଟାଣ ପ୍ରାୟ ୨୫ ଫୁଟ ପାଣି ଦ୍ୱାରା ଆଚ୍ଛାଦିତ । ଏହାକୁ ବାଦ ଦେଲେ ଗୁମ୍ଫା ମଧ୍ୟ ଛୋଟ ବଡ ଖମ୍ବା ଦ୍ୱାରା ଆଚ୍ଛାଦିତ ବୋଲି ଜଣାଯାଏ । ଯାହା ଥଣ୍ଡା ଓ ଚାପ ଦ୍ୱାରା ଲାଭା ପ୍ରବାହରୁ ସୃଷ୍ଟି ହୋଇଛି । ୧୭୭୨ ମସିହାରେ ଏହି ଗୁମ୍ଫାର ସନ୍ଧାନ ମିଳିଥିଲା । ଆଉ ତା ପରଠୁ ଏହା ପର୍ଯ୍ୟଟନସ୍ଥଳ ଭାବରେ ଖ୍ୟାତି ଲାଭ କରିଛି । ବାସ୍ତବରେ ଏହି ଗୁମ୍ଫାର ଗଠନ ସମସ୍ତଙ୍କୁ ଆକର୍ଷିତ କରେ ଏବଂ ଏହା ଟିକିଏ ନିଆରା । ପୃଥିବୀରେ ଏମିତି ଗୁମ୍ଫା ଗୋଟିଏ ବୋଲି କୁହାଯାଏ ।  ଏମିତି ସୃଷ୍ଟି ନିଜ ଭିତରେ ଅନନ୍ୟ ଏବଂ ଏହି ଗୁମ୍ଫାର ଆକାଶବାଣୀ ମଧ୍ୟ ବେଶ ପ୍ରସିଦ୍ଧ । ସମୁଦ୍ର ମଧ୍ୟରେ ଏମିତି ଗୁମ୍ଫା ସମସ୍ତଙ୍କୁ ଏକ ଭିନ୍ନ ପ୍ରକାରର ଅନୁଭୂତି ପ୍ରଦାନ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking