30.1 C
Bhubaneswar
Sunday, May 19, 2024
Homeଓଡିଶାଓଏସ୍‌ଏସ୍‌ଟିଇଟି ପରୀକ୍ଷାରୁ ବଞ୍ଚିତ ହେବେ ବିଏଡ୍ ଛାତ୍ରଛାତ୍ରୀ

ଓଏସ୍‌ଏସ୍‌ଟିଇଟି ପରୀକ୍ଷାରୁ ବଞ୍ଚିତ ହେବେ ବିଏଡ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ କିଛି ସାମାନ୍ୟ ତ୍ରୁଟି ଲାଗି ପିଲାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ତେବେ ସ୍ନାତକରେ ୨୦୦ମାର୍କ ପ୍ରସଙ୍ଗକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏପରିକି ମେଧାବୀ ପିଲାମାନେ ବିଏଡ୍‌ରେ ପଢ଼ିବାର ସୁଯୋଗ ପାଉଥିବା ବେଳେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ପରୀକ୍ଷାରୁ ବଞ୍ଚିତ ହେବା ସହ କଣ୍ଟ୍ରାକ୍ଟଚ୍ୟୁଆଲ ଶିକ୍ଷକ ଲାଗି ଯୋଗ୍ୟ ବିବେଚିତ ନହେବା ଦୁର୍ଭାଗ୍ୟ ଜନକ ବୋଲି ଅନେକ ମେଧାବୀ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ୨୦୧୮ ମସିହା ପୂର୍ବରୁ ସ୍ନାତକ ବା +୩ରେ ୪ଟି ବିଷୟ ଯଥା ସଂସ୍କୃତ, ହିନ୍ଦୀ, ଇଂରାଜୀ ଏବଂ ଓଡ଼ିଆରେ ଛାତ୍ରଛାତ୍ରୀ ୨୦୦ମାର୍କର ପରୀକ୍ଷା ଦେଉଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହି ୪ଟି ବିଷୟ ଲାଗି ୫୦ମାର୍କ ଲେଖାଏଁ ଧାର୍ଯ୍ୟ ହୋଇଥିଲା । ବିଏଡ୍ ପରେ ପ୍ରାଥମିକ , ଉଚ୍ଚପ୍ରାଥମିକ ଶିକ୍ଷକ ଲାଗି ଓଟିଇଟି ବାଧ୍ୟତାମୂଳକ ପରି ମାଧ୍ୟମିକ ଶିକ୍ଷା ଲାଗି ନିଯୁକ୍ତି ପୂର୍ବରୁ ଓଏସ୍‌ଏସ୍‌ଟିଇଟି ବାଧ୍ୟତାମୂଳକ କରାଯାଇଛି । ତେବେ ଏହି ଓଏସ୍‌ଏସ୍‌ଟିଇଟି ପରୀକ୍ଷା ଲାଗି ପୂର୍ବରୁ ସ୍ନାତକରେ ୪ଟି ବିଷୟଭିତ୍ତିକ ବିଷୟରେ ୨୦୦ମାର୍କ ପରୀକ୍ଷା ବାଧ୍ୟତାମୂଳକ କରାଯାଇଥିଲା । ମାତ୍ର ବର୍ତ୍ତମାନ ଏହା ୫୦ମାର୍କକୁ ହ୍ରାସ ପାଇଥିବାରୁ ପିଲାମାନେ ଓଏସ୍‌ଏସ୍‌ଟିଇଟି ପରୀକ୍ଷା ଦେବାରୁ ବଞ୍ôଚତ ହୋଇଛନ୍ତି । ଏପରିକି +୩ ପରେ ବିଏଡ୍ ଲାଗି ପିଲାଙ୍କୁ ସୁଯୋଗ ମିଳୁଥିବା ବେଳେ ସ୍ନାତକରେ ୨୦୦ମାର୍କର ବିଷୟଭିତ୍ତିକ ପରୀକ୍ଷା ଦେଇନଥିବାରୁ ପିଲାମାନେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ଦେଇପାରୁନାହାନ୍ତି ।

ଫଳରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ମଧ୍ୟ ବଞ୍ôଚତ ହେଉଛନ୍ତି । ଫଳରେ କ’ଣ ପାଇଁ ୨ବର୍ଷ ବିଏଡ କରିବାକୁ ଅନୁମତି ଦିଆଯାଉଛି ବୋଲି ଶିକ୍ଷାବିତ୍‌ମାନେ ପୟଶ୍ନବାଚୀ କରିଛନ୍ତି । ତେଣୁ ୨୦୦ମାର୍କ ପରିବର୍ତ୍ତେ ୫୦ମାର୍କ କରାଯାଇଥିବାରୁ ବର୍ତ୍ତମାନ ଓଏସ୍‌ଏସ୍‌ଟିଇଟି ପରୀକ୍ଷା ପାଇଁ ୫୦ମାର୍କ ଧାର୍ଯ୍ୟ କରିବା ସହ ମାଧ୍ୟମିକ ଶିକ୍ଷା ଲାଗି ଯେଉଁ ଶିକ୍ଷକ ପଦବୀ ପୂରଣ କରାଯାଉଛି ସେଥିପାଇଁ ମଧ୍ୟ ୪ଟି ବିଷୟ ଲାଗି ୫୦ମାର୍କ ଲେଖାଏଁ ଧାର୍ଯ୍ୟ କରିବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking