ପାଟଣାଗଡ: ବଲାଙ୍ଗିର ଜିଲ୍ଲାର ପାଟନାଗଡ଼ ଥାନା ଅନ୍ତର୍ଗତ ପାଢେଲ ଗାଁରେ ଏକ ବିସ୍ଫୋରଣରେ ଦୁଇ ଜଣ ଶିଶୁ ଆହତ ହୋଇଛନ୍ତି। ଖୋଳୁଥିବା ବେଳେ ଘଟିଲା ବ୍ୟାଟେରୀ ବିସ୍ଫୋରଣ ଘଟିଛି । ଗୁରୁତର ୨ ଶିଶୁଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ନାମ ଜଗା ଶରଫ ଏବଂ ଯୋଗେଶ ଦଳେଇ ବୋଲି ଚିହ୍ନଟ କରାଯାଇଛି । ସେମାନଙ୍କ ପରିବାର ସଦସ୍ୟମାନେ ସେମାନଙ୍କୁ ଚିକିତ୍ସା ପାଇଁ ପାଟନାଗଡ଼ ଉପ-ଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ କିନ୍ତୁ, ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ପଠାଯାଇଥିଲା ।