31.1 C
Bhubaneswar
Wednesday, May 8, 2024
Homeଦେବସ୍ନାନ ପୁର୍ଣ୍ଣିମା-୨୦୨୩ସ୍ନାନଯାତ୍ରାରେ ସାମିଲ ହେବେ ୭୫ ଘଂଟୁଆ

ସ୍ନାନଯାତ୍ରାରେ ସାମିଲ ହେବେ ୭୫ ଘଂଟୁଆ

ପୁରୀ: ପବିତ୍ର ଦେବସ୍ନାନ ପୂଣ୍ମିମା ଓ ରଥଯାତ୍ରାରେ ସାମିଲ ହେବେ ୭୫ ଘଣ୍ଟୁଆ । ଏନେଇ ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଘଣ୍ଟୁଆ ନିଯୋଗ ସହ ଆଲୋଚନା କରିଛନ୍ତି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ଶ୍ରୀ ଦାସନି ଯୋଗର କର୍ମକର୍ତ୍ତାମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।

ବିଶେଷଭାବେ ସ୍ନାନଯାତ୍ରା ଓ ରଥଯାତ୍ରାସମୟରେ ତିନି ରଥରେ କେତେଜଣ ସଂଖ୍ୟକ ଘଣ୍ଟୁଆ ରହିବେ ସେ ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । ଫଳରେ ଶୃଙ୍ଖଳିତ ଭାବେ ସ୍ନାନ ଯାତ୍ରା ଓ ରଥଯାତ୍ରା ସୁରୁଖରୁରେ ସମ୍ପନ୍ନ ହେବ ବୋଲି ଆଶା ରଖିଛନ୍ତି ମୁଖ୍ୟ ପ୍ରଶାସକ । ସ୍ନାନଯାତ୍ରା ବିଜେ ଓ ବାହୁଡାପ ହଣ୍ଡି ସମୟରେ ସମୁଦାୟ ୭୫ ଘଂଟୁଆ ରହିବେ ।

ଏଥିସହ ରଥଯାତ୍ରା ଓ ବାହୁଡାଯାତ୍ରାରେ ତିନିରଥ ଚକ ଅନୁଯାୟୀ ପୁରୀ ଓ ଭଟିମୁଣ୍ଡାର ଘଂଟୁଆ ରହିବେ । ତେବେ ୧୬ଚକ ବିଶିଷ୍ଟ ନନ୍ଦିଘୋଷ ରଥରେ ୧୬ଜଣ ଘଂଟୁଆ ସେବକ ରହିବାକୁଥିବା ବେଳେ ଏଥିରେ ୧୦ଜଣ ପୁରୀ ଓ ୬ଜଣ ଭଟିମୁଣ୍ଡାର ଘଂଟୁଆ ରହିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking