31.1 C
Bhubaneswar
Sunday, May 19, 2024
Homeଓଡିଶା୨୦୦୦ ଟଙ୍କିଆ ବନ୍ଦ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

୨୦୦୦ ଟଙ୍କିଆ ବନ୍ଦ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: କେନ୍ଦ୍ର ସରକାର ୨୦୦୦ ଟଙ୍କିଆ ନୋଟ୍‌କୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ରିଜର୍ଭ ବ୍ୟାଙ୍କ ଇଣ୍ଡିଆ ଦ୍ୱାରା ଛପାଯାଇଥିବା ଏହି ନୋଟ୍‌ର ସମୟ ସୀମା ଏତେ କମ୍ ସମୟ ପାଇଁ କଣ ପାଇଁ ରହିଲା ଏବଂ ଅନ୍ୟ କୌଣସି ନୋଟ୍‌କୁ କ’ଣ ପାଇଁ ବଦଳା ଗଲା ନାହିଁ ଏ ସଂକ୍ରାନ୍ତରେ ଆରବିଆଇ ସ୍ପଷ୍ଟୀକରଣ ରଖିବା ନିମନ୍ତେ ସମାଜସେବୀ ଜୟନ୍ତୀ ଦାସ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ।

ଆବେଦନକାରୀ ତାଙ୍କ ପିଟିସନ୍‌ରେ ଦର୍ଶାଇଛନ୍ତି ଯେ ୨୦୦୦ ଟଙ୍କିଆ ନୋଟ୍ ବଦଳ ସମୟରେ ନିୟମାବଳୀ ନଥିବାରୁ କେତେକ ବ୍ୟକ୍ତି ବା ସଂସ୍ଥା ବାରମ୍ବାର ବ୍ୟାଙ୍କକୁ ଯାଇ ନୋଟ୍ ବଦଳାଇବା କ୍ଷେତ୍ରରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନୋଟ୍ ବଦଳ ସମୟରେ ମୋବାଇଲ ନମ୍ବର, ଆଧାରକାର୍ଡ,ପାନ କାର୍ଡର ବିବରଣୀ ପ୍ରଦାନ ବାଧ୍ୟତା ମୂଳକ କରିବା ଏବଂ କେଉଁ ପରିସ୍ଥିତିରେ ନୋଟ୍‌କୁ ବଜାରରୁ ହଟାଇ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି, ସେ ସଂକ୍ରାନ୍ତରେ ଆରବିଆଇ ସ୍ପଷ୍ଟୀକରଣ ରଖିବା ଆବଶ୍ୟକ ।

୨୦୦୦ ଟଙ୍କା ବ୍ୟତୀତ ଅନ୍ୟ କୌଣସି ନୋଟ୍ କାହିଁକି ବଦଳାଗଲା ନାହିଁ ସେ ସମ୍ପର୍କରେ ତଥ୍ୟ ରଖିବା ଏବଂ ନୋଟ୍ ବଦଳାଇବା ସମୟରେ କଳାଧନ ରଖିଥିବା ବ୍ୟକ୍ତିଙ୍କୁ ଧରିବା ନେଇ କ’ଣ ପଦକ୍ଷେପ ନିଆଯାଇଛି ପ୍ରତିପକ୍ଷ ଜବାବ ରଖିବାକୁ ଆବେଦନକାରୀଙ୍କ ପକ୍ଷରୁ ଅଦାଲତରେ ପ୍ରାର୍ଥନା କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ ଏହି ମମଲାର ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking