23.1 C
Bhubaneswar
Wednesday, November 13, 2024
Homeଓଡିଶାତିନିରଥରେ ଲାଗିଲା ଆଗଆଣି, ପଛଆଣି 'ଛନ୍ଦା ଗୟଳ'

ତିନିରଥରେ ଲାଗିଲା ଆଗଆଣି, ପଛଆଣି ‘ଛନ୍ଦା ଗୟଳ’

ପୁରୀ: ଆଉ ମାତ୍ର ୩ ଦିନ ପରେ ମହାପ୍ରଭୁଙ୍କ ଦେବସ୍ନାନ ପୁର୍ଣିମା । ରଥଯାତ୍ରାକୁ ବାକି ରହିଲା ୧୯ ଦିନ । ଏନେଇ ଚଳଚଂଚଳ ରଥଖଳା । ଗତକାଲି ତିନିରଥର ଆଗ ଆଣି, ପଛ ଆଣି ‘ଗରଗରା’ ପଡିଲା ପରେ ‘ଚାରିନାହାକା’ ଉଠି ତିନିରଥର ଉଭୟ ପାର୍ଶ୍ୱରେ ପୋଲ ଗୟଳ ପଡିଥିଲା ।

ଆଜି ତିନିରଥର ଆଗଆଣି, ପଛଆଣି ‘ଛନ୍ଦା ଗୟଳ’ ପଡ଼ିଅଛି । ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥ ର ତିନୋଟି ଲେଖାଁଏ ଆଗ ଏବଂ ପଛରେ ଛନ୍ଦା ଗୟଳ ପଡିଥିବା ବେକେ ଦର୍ପଦଳନ ରଥର ସମୁଖ ଭାଗ ଏବଂ ପଛ ଭାଗରେ ଦୁଇଟି ଲେଖାଁଏ ଛନ୍ଦା ଗୟଳବ ପଡ଼ିଥିଲା । ସୂଚନା ଥାଉ ଯେ, ଏହି ଛନ୍ଦା ଗୟଳ ରଥର ଦୁଇପାର୍ଶ୍ୱ ନିରାଡ଼ି ସହ ସଂଯୋଗ ହୋଇ ଦଣ୍ଡା ଉପରୁ ଖମ୍ବୀ ବା ଟାଣ ଦିଆଯାଇ ଛନ୍ଦା ଗୟଳ ସହ ସଂଯୋଗ ହୋଇଅଛି ।

ଏଥି ସହ ଆଜି ତିନିରଥର ୫ଟି ଲେଖାଁଏ ୨୦ ଫୁଟିଆ ‘ଜଗତପୃଷ୍ଠ ସେଣି’ ଚଉପଟ ପାଇଁ ହଣାକାର୍ଯ୍ୟ ଜାରି ରହିଥିଲା । ଯାହା ତିନିରଥର ବେଦୀ ନିର୍ମାଣରେ ବ୍ୟବହୃତ ହେବ । ତିନିରଥର ରୂପକାର ସେବକ ମାନେ ତିନିରଥ ସିଂହାସନ ର ଖୋଦେଇ କାର୍ଯ୍ୟ ଶେଷ କରି ତିନି ରଥ ର ‘ନାଟଗୋଡ’ ରେ ରୂପ ଖୋଦେଇ ଜାରି ରଖିଥିଲେ । ଅନ୍ୟପଟେ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ଗୟଳ କଣ୍ଟା ଶେଷ ପରେ ଯୋଖା କଣ୍ଟା, ଧ୍ୱଜ ବତା କଣ୍ଟା ନିର୍ମାଣ ଜାରିରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking