32.1 C
Bhubaneswar
Friday, October 18, 2024
Homeଓଡିଶାଲୁଟେରା ଗ୍ୟାଙ୍ଗଙ୍କୁ କାବୁ କଲା ବାରିପଦା ପୋଲିସ, ୫୨ଟି ମୋବାଇଲ ସହ ତିନୋଟି ବାଇକ ଜବତ

ଲୁଟେରା ଗ୍ୟାଙ୍ଗଙ୍କୁ କାବୁ କଲା ବାରିପଦା ପୋଲିସ, ୫୨ଟି ମୋବାଇଲ ସହ ତିନୋଟି ବାଇକ ଜବତ

ମୟୁରଭଞ୍ଜ: ଲୁଟେରାଙ୍କ ଉପଦ୍ରବ ଗୋଟେପଟେ ବଢ଼ୁଥିବାରୁ ଅଶାନ୍ତ ହୋଇପଡିଛି ବାରିପଦା ସହର। ଅନ୍ୟପଟେ ସହରର ଶାନ୍ତିଶୃଙ୍ଖଳା ବଜାଇ ରଖିବା ପାଇଁ ପଣ ନେଇଛନ୍ତି ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଏସ ସୁଶ୍ରୀ । ଆଉ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ପୋଲିସ ବେଶ ସକ୍ରିୟ ହୋଇଥିବା ବେଳେ ଲୁଟେରାଙ୍କ ଚିନ୍ତା ବଢ଼ାଇଛି ପୋଲିସ। ତେବେ ଲୁଟେରାଙ୍କୁ ସାବାଡ଼ କରିବାକୁ ଯାଇ ଏକ୍ସନ ମୁଡ଼ରେ ପୋଲିସ। ଗୋଟି ଗୋଟି କରି ଚୋର ଡକାୟତଙ୍କୁ ଧରିବା ପାଇଁ ଜାଲ ବିଛାଇ ସଫଳ ହୋଇଛି ପୋଲିସ। ଆଉ ସଫଳତା ହାତେଇଛି ବାରିପଦା ପୋଲିସ।

ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୋଗକାରୀ ଗତ ଡିସେମ୍ବର ୪ ତାରିଖ ଦିନ ନାହରପଦା ନିବାସୀ ବାସୁଦେବ ମହାନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ କି ଗତ ନଭେମ୍ବର ୩୦ ତାରିଖ ଦିନ ସକାଳେ ସାଇକେଲରେ ଯିବା ସମୟରେ ବଡବଜାର ଅମ୍ବିକା ମନ୍ଦିର ଛକରୁ ନେପାଳୀ ମାର୍କେଟ ଯିବା ରାସ୍ତାରେ ଦୁଇ ଜଣ ପିଲା ରେଡ କଲରର ପୁରୁଣା ବାଇକରେ ଆସି ତାଙ୍କୁ ଜୋରରେ ଧକ୍କାଦେଇ ତାଙ୍କ ମୋବାଇଲଫୋନଟିକୁ ଜବରଦସ୍ତ ଛଡାଇ ନେଇ ପଳାଇ ଯାଇଥିଲେ । ସେହିପରି ଅଚାନକ ଧକ୍କା ଦେବା ଫଳରେ ସେ ତଳେ ପଡିଯାଇ ଆହତ ମଧ୍ୟ ହୋଇଥିଲେ ।

ଘଟଣାକୁନେଇ ବାସୁଦେବଙ୍କ ରିପୋର୍ଟକୁ ଆଧାରକରି ଛୀନତାଇ ମାମଲା ରୁଜୁ କରି ସତର୍କତାର ସହ ତଦନ୍ତ ଆଗକୁ ବଢ଼ାଇଥିଲା ପୋଲିସ । ସେହିପରି ସିସିଟିଭି କୁ ଆଧାର କରି ଓ ବିଶ୍ଵସ୍ତ ସୂତ୍ରରୁ ଦୁଇଜଣଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲା ପୋଲିସ। ଗତକାଲି ଜଣେ ଅଭିଯୁକ୍ତ ଷ୍ଟେସନବଜାର ଅଞ୍ଚଳରୁ ଧରା ପଡିଥିଲା । ଅଭିଯୁକ୍ତର ବୟାନ ଆଧାରରୁ ବାରିପଦା ସହର ଓ ଏହାର ଆଖପାଖ ଅଞ୍ଚଳରୁ ହୋଇଥିବା ମୋବାଇଲ, ସୁନାଚେନ ଛିଣ୍ଡାଇବାରେ ଏହି ଗୃପର ପାଞ୍ଚଜଣ ସାମିଲ ଥିବା ଜଣାପଡିଥିଲା । ପରେ ରାତି ତମାମ ବିଭିନ୍ନ ସ୍ଥାନରେ ଚଢାଉ କରି ତିନିଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବାରିପଦା ପୋଲିସ । ଅଭିଯୁକ୍ତ ଏହି ଲୁଟେରାମାନଙ୍କ ମଧ୍ଯରୁ ଜଣେ ନାବାଳକ ରହିଛି ।

ପୋଲିସ ଜାଲରେ ଛନ୍ଦିହୋଇ ଧରାପଡି ଥିବା ଲୁଟେରାଙ୍କ ଠାରୁ ସମୁଦାୟ ୫୨ ଗୋଟି ମୋବାଇଲ ଫୋନ ସହିତ ଲୁଟ କରିବା ସମୟରେ ବ୍ୟବହାର ହୋଇଥିବା ୩ଟି ମୋଟର ସାଇକେଲ ମଧ୍ୟ ଜବତ କରିଛି ପୋଲିସ । ଏହି ୫୨ ଗୋଟି ମୋବାଇଲ ଫୋନ ମଧ୍ୟରୁ ବାରିପଦା ସହର ରୁ ୬ ଗୋଟି ଲୁଟ ହୋଇଥିବା ବେଳେ ଗୋଟିଏ ଶଙ୍ଖାଭଙ୍ଗା, ଗୋଟିଏ ଭଞ୍ଜପୂର ସମେତ ଆହୁରି ଅନେକ ସ୍ଥାନରୁ ଲୁଟ କରିଥିବା ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ।

ପୋଲିସ ତିନିଜଣଙ୍କୁ ଗିରଫ କରି ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଓ ଅନ୍ୟ ଜଣେ ନାବାଳକ ଅପରାଧୀକୁ କୋର୍ଟରେ ହାଜର କରିଛି ପୋଲିସ। ଜବତ ହୋଇଥିବା ଗାଡି ଓ ମୋବାଇଲ ଫୋନର ମାଲିକାନା ଯାଞ୍ଚ ଆରମ୍ଭ କରିଛି ପୋଲିସ। ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ପଲିସ ପକ୍ଷରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking