28.1 C
Bhubaneswar
Saturday, July 19, 2025
Homeଓଡିଶାଚିକିତ୍ସା ଅବହେଳାରୁ କଲେଜ ଛାତ୍ରୀ ମୃତ : କ୍ଷତି ପୂରଣ ଦାବିରେ ଧାରଣା

ଚିକିତ୍ସା ଅବହେଳାରୁ କଲେଜ ଛାତ୍ରୀ ମୃତ : କ୍ଷତି ପୂରଣ ଦାବିରେ ଧାରଣା

ବାରିପଦା : ବାରିପଦା ପିଆରଏମ ମେଡିକାଲରେ ପୁଣି ଥରେ କାର୍ତ୍ତବ୍ୟରେ ଅବହେଳାରୁ ଜଣେ କଲେଜ ଛାତ୍ରୀର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ମେଡ଼ିକାଲ କଲେଜ ଓ ହସ୍ପିଟାଲ ମୁଖ୍ୟ ଫାଟକ ଗେଟ୍ ସମ୍ମୁଖରେ ରଖି ଧାରଣାରେ ବସିଛନ୍ତି ପରିବାର ସଦସ୍ୟମାନେ । ଗତ ୩୧ତାରିଖ ଦିନ ବାରିପଦା ସଦର ଥାନା ଅନ୍ତର୍ଗତ ସପନଚୁଆ ଗ୍ରାମର ସୁନାରାମ ପାତ୍ରଙ୍କ ୧୭ବର୍ଷୀୟା ନାବାଳିକା ଝିଅ ତଥା ଶାମାଖୁଣ୍ଟା ବ୍ଲକ ରାଙ୍ଗାମାଟିଆ ବନଭୂମି ମହାବିଦ୍ୟାଳୟର ଦ୍ଵିତୀୟ ବର୍ଷ କାଳା ବିଭାଗ ଛାତ୍ରୀ ଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ପି ଆର୍ ଏମ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସୁପ୍ରୀୟା ପୁର୍ବରୁ ରକ୍ତହୀନତା ରୋଗରେ ପିଡୀତ ଥିବାରୁ ପରିବାର ଲୋକ ତାଙ୍କୁ ଅନେକ ଥର ମେଡିକାଲରେ ଚିକିତ୍ସା କରାଇବା ସହ ତାଙ୍କୁ ରକ୍ତ ଦେଇଥିଲେ । ତେବେ ତାଙ୍କ ବାପା ସୁନାରାମ ପାତ୍ର ଓ ମାତା ଲକ୍ଷ୍ମୀ ପାତ୍ର ଗତ ଶନିବାର ଦିନ ଝିଅକୁ ଅସୁସ୍ଥ ଥିବା ଦେଖି ରକ୍ତ ଦେବାପାଇଁ ମେଡ଼ିକାଲ ରେ ଭର୍ତ୍ତି କରାଇଥିଲେ । ବାରମ୍ବାର ରକ୍ତ ଦେବା ନିମନ୍ତେ ଡାକ୍ତରଙ୍କୁ ଅନୁରୋଧ କରିବା ସତ୍ତ୍ୱେ କାର୍ଯ୍ୟରତ ଡାକ୍ତର କିମ୍ବା କୌଣସି କର୍ମଚାରୀ ଏଥିପ୍ରତି ଧ୍ୟାନ ଦେଇନଥିଲେ । ଯାହା ଫଳରେ ଆଜି ସକାଳ ୫ଟା ସମୟରେ ରୋଗୀ ଙ୍କୁ ବାତ ମାରିଥିଲା ଏବଂ ଏହା ଦେଖି ପରିବାର ଲୋକ ତୁରନ୍ତ ଡାକ୍ତର ଙ୍କୁ ଖବର ଦେବାରୁ ନର୍ସ ଆସି ଏକ ଇଞ୍ଜେକ୍ସନ ଦେବା ପରେ ସୁପ୍ରୀୟା ଙ୍କର ମୃତ ହୋଇଥିଲା । ଡାକ୍ତରଖାନା ରେ ଚିକିତ୍ସା ଅବହେଳା ଦର୍ଶାଇ ପରିବାର ଲୋକଙ୍କ ପକ୍ଷରୁ ମୃତକଙ୍କ ଶରୀର ମୁଖ୍ୟ ଗେଟ ସମ୍ମୁଖରେ ରଖିବା ସହ ଚିକିତ୍ସା ରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ କ୍ଷତି ପୁରାଣ ଦାବି କରିଛନ୍ତି ବାପା ସୁନାରାମ ପାତ୍ର ଓ ମା ଲକ୍ଷ୍ମୀ ପାତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking