ଫେରିଲେ ପାକିସ୍ତାନରୁ ବନ୍ଦୀ ଓଡ଼ିଆ

ରାଜଗାଙ୍ଗପୁର : ରାଜଗାଙ୍ଗପୁରର ଜଣେ ବ୍ୟକ୍ତି ବିରୁଜୁ କୁଲୁ ୨୫ ବର୍ଷ ଧରି ନିଖୋଜ ଥିବା ବେଳେ ୨୦ ବର୍ଷର ସଜା କାଟି ପାକିସ୍ତାନ ଜେଲରୁ ମୁକ୍ତ ହୋଇଛନ୍ତି ।ସେ ନିଖୋଜ ଥିବା ବେଳେ ତାଙ୍କ ପରିବାର ଲୋକ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ସୂଚନା ପାଇ ନଥିଲେ । ଆଜି ପରିବାର ଲୋକେ ସୂଚନା ପାଇବା ପରେ ପରିବାର ମଧ୍ୟରେ ଖୁସିର ଲହରି ଖେଳି ଯାଇଥିଲା ।ସୂଚନା ଅନୁଯାୟୀ ,ପାକିସ୍ତାନରୁ ଫେରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିବାରୁ ସେ ଏକ ହସ୍ପିଟାଲରେ ରହିଛନ୍ତି ।ଅନେକ ଦିପ ତଳୁ କୁତ୍ରା ଥାନା ଜଙ୍ଗରପଡ଼ା ଗାଁରୁ ନିଖୋଜ ହୋଇଯାଇଥିଲେ,ପରେ ତାଙ୍କ ପରିବାର ଲୋକ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ପାଇ ନଥିଲେ । ଗତ ୨୬ ରେ କୁୁତ୍ରା ଥାନାକୁ ତାଙ୍କର ଫଟୋ ସହ ଚିହ୍ନଟ ପାଇଁ ଚିଠି ଆସିଥିଲା ।ଫଟୋ ଦେଖି ପରିବାର ଲୋକ ଚହ୍ନଟ କରିଥିଲେ ।ନିଖୋଜ ବେଳେ ତାଙ୍କର ମାନସିକ ଅବସ୍ଥା ବିକୃତି ଥିବା ପରିବାର ଲୋକ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here