34.1 C
Bhubaneswar
Thursday, April 25, 2024
Homeଓଡିଶାବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ସରିଲା ପ୍ରଚାର; କାଲି ଭୋଟ୍‌

ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ସରିଲା ପ୍ରଚାର; କାଲି ଭୋଟ୍‌

ଭୁବନେଶ୍ୱର : ଉପନିର୍ବାଚନ ପାଇଁ ମହା ଲଢେଇ । ବିଜେଡ଼ି,ବିଜେପି ,କଂଗ୍ରେସ କେହି କାହାରିଠୁ କମ୍ ନାହାନ୍ତି ଭୋଟ ମାଗିବାରେ ଏବଂ ପ୍ରଚାର କରିବାରେ । ରବିବାର ଦିନ ନିର୍ବାଚନ ପାଇଁ ଥିଲା ପ୍ରଚାରର ଶେଷ ଦିନ । ବାଲେଶ୍ୱର ଓ ତିର୍ତ୍ତୋଲରେ ହେବାକୁ ଥିବା ୨ଟି ବିଧାନସଭା ଆସନ ପାଇଁ ମଙ୍ଗଳବାର ମତଦାନ ହବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟର ।
କୋରନା ମହାମାରୀ କାଳରେ ଓଡ଼ିଶାରେ ହେବାକୁ ଯାଉଥିବା ଏହା ପ୍ରଥମ ନିର୍ବାଚନ । ତେଣୁ ଗାଇଡ଼୍‌ଲାଇନର କୌଣସି ନିୟମ ଯେପରି ଉଲଙ୍ଘନ ନହୁଏ ।ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ପ୍ରଚାର ଶେଷ ହେବାପରେ ସମସ୍ତ ନେତା ,କର୍ମୀମାନେ ନିଜ ନିଜ ଘରକୁ ଫେରି ଯାଇଛନ୍ତିା ତେବେ ଆସନ୍ତା ମଙ୍ଗଳବାର ଦିନ କିଏ ବାଲେଶ୍ୱର ଓ ତିର୍ତ୍ତୋଲରେ ବାଜିମାତ୍ କରୁଛି ତାହା ଦେଖିବାକୁ ବାକି ରହିଲା ।
୨ଟି ଆସନ ପାଇଁ ୩ଟି ଦଳ ଏବଂ ବାକି ସ୍ୱାଧିନ ପାର୍ଥୀମାନେ ଭୋଟରଙ୍କୁ ହାତେଇବା ପାଇଁ ଯଥାସମ୍ଭବ ପ୍ରୟାସ କରିଛନ୍ତି । ହାଇ ଭୋଲ୍‌ଟେଜ୍ ପ୍ରଚାର ସହ,ରୋଡ଼୍ ସୋ ,ଏବଂ ଘର ଘର ବୁଲି ଭୋଟ ପାଇଁ ଅନୁରୋଧ ମଧ୍ୟ କରିଛନ୍ତି । ଅଞ୍ଚଳର ବିକାଶ କରିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଏପଟେ ପୁଲିଂ ବୁଥ୍ କଟକଣା ଯେପରି ଉଲଙ୍ଘନ ନହୁଏ, କୋଭିଡ଼୍ ନିୟମ ମାନି ଯେପରି ଭୋଟ ଗ୍ରହଣ ହେଇପାରିବ ସେଥପ୍ରତି ଧ୍ୟନ ଦିଆଯାଇଛିା ପ୍ରତି ବୁଥ୍‌ରେ ଜଣେ ଜଣେ ଆଶା କର୍ମି ,ଓ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଛି । ଭୋଟରଙ୍କ ପାଇଁ ମାସ୍କର ସୁବିଧା କରିବାସହ ମତଦାନ ପୁର୍ବରୁ ବୁଥକୁ ସାନିଟାଇଜ୍ କରିବା ପାଇଁ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ନିର୍ଦ୍ଦେଶ ଦେଇଛନ୍ତି । ଶାନ୍ତି ଶୃଙ୍ଖଳାସହ ନିରପେକ୍ଷ ଭୋଟଗହଣ ପାଇଁ ସମସ୍ତବ୍ୟବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।
ବାଲେଶ୍ୱର ଆସନ ପାଇଁ ବିଜେଡ଼ିରୁ ସ୍ୱରୁପ୍ ଦାସ,ବିଜେପିରୁ ମାନସ କୁମାର ଦତ୍ତ,କଂଗ୍ରେସରୁ ମମତା କୁଣ୍ଡୁ ଓ ସ୍ୱାଧୀନ ଭାବେ ବେଣୁଧର ବାରିକ୍ ମଇଦାନକୁ ଓହ୍ଲାଇଛନ୍ତିା ଏବଂ ତିତ୍ତୋଲ ଆସନ ପାଇଁ ବିଜେଡ଼ିରୁ ବିଜୟଶଙ୍କର ଦାସ ବିଜେପିରୁ ରାଜକିଶୋର ବେହେରା ଓ କଂଗ୍ରେସରୁ ହିମାଶୁଂ ଭୁଷଣ ମଲ୍ଲିକ୍ ଲଢୁଛନ୍ତି । ନିର୍ବାଚନ ପାଇଁ ମଙ୍ଗଳବାର ଦିନ ମତଦାନ ପରେ ଆସନ୍ତା ୧୦ ତାରିଖ ଦିନ ଭୋଟଗଣତି ହେବା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking