28.1 C
Bhubaneswar
Monday, October 12, 2026
Homeଦେଶ ବିଦେଶବ୍ରାଜିଲରେ ନିଷେଧ ‘ଏକ୍ସ’; ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ଏଲନ୍ ମସ୍କ

ବ୍ରାଜିଲରେ ନିଷେଧ ‘ଏକ୍ସ’; ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ଏଲନ୍ ମସ୍କ

ବ୍ରାସିଲିଆ: ବ୍ରାଜିଲ ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରିବା ପରିପ୍ରେକ୍ଷୀରେ ଏକ୍ସ’ ଉପରେ ବ୍ୟାନ୍ ନିର୍ଦ୍ଦେଶ ଜାରି କରିଛନ୍ତି। ଆଲେକ୍‌ଜାଣ୍ଡର୍ ଡି. ମୋରେସ୍ ନାମକ ବିଚାରପତି ଏହି ନିର୍ଦ୍ଦେଶ ଦେବା ପରେ ପରେ ବ୍ରାଜିଲ୍ ସରକାର ମଧ୍ୟ ଏହାକୁ ପ୍ରଭାବୀ ଢ଼ଙ୍ଗରେ ଲାଗୁ କରିଛନ୍ତି। ବିଚାରପତି ମୋରେସ ଦେଶର ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥା ଏବଂ ଆପ୍ ଷ୍ଟୋରଗୁଡ଼ିକୁ ନିର୍ଦେଶ ଦେଇ ୫ ଦିନ ମଧ୍ୟରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଛନ୍ତି। ଅନ୍ୟପକ୍ଷେ କୋର୍ଟଙ୍କ ନିର୍ଦ୍ଦେଶନାମା ପାଳନ ନ କରିବା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି ରହିବ ବୋଲି ବିଚାରପତି ମୋରେସ୍ କହିଛନ୍ତି। ଏହାସହ ଯେଉଁ ବ୍ୟକ୍ତି ଭିପିଏନ୍ ଜରିଆରେ ପ୍ରତିବନ୍ଧକକୁ ଏଡ଼ାଇ ‘ଏକ୍ସ’ ବ୍ୟବହାର କରିବେ ସେମାନଙ୍କ ଉପରେ ଦୈନିକ ୮୯୦୦ ଡଲାର ଅର୍ଥରାଶି ଜରିମାନା ଲାଗୁ କରାଯିବ ବୋଲି ବିଚାରପତି ଦଣ୍ଡ ବିଧାନ ମଧ୍ୟ କରିଛନ୍ତି।

ରିପୋର୍ଟ ଅନୁସାରେ ଗତ ଏପ୍ରିଲ୍ ମାସରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ କିଛି ଆକାଉଣ୍ଟଧାରୀ ବ୍ରାଜିଲରେ ମିଥ୍ୟା ଖବର ଏବଂ ଘୃଣ୍ୟ ଭାଷଣର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ବ୍ରାଜିଲ୍ ସୁପ୍ରିମକୋର୍ଟ କିଛି ନିର୍ଦ୍ଦିଷ୍ଟ ଆକାଉଣ୍ଟକୁ ତୁରନ୍ତ ବ୍ଲକ୍ କରିବା ଲାଗି ‘ଏକ୍ସ’କୁ ନିର୍ଦେଶ ଦେଇଥିଲେ। କିନ୍ତୁ ମାସାଧିକ କାଳ ବିତିଯିବା ସତ୍ୱେ ‘ଏକ୍ସ’ ପକ୍ଷରୁ ଏଦିଗରେ କୌଣସି ପଦକ୍ଷେପ ନିଆଯାଇନଥିଲା। ଯେଉଁଥିପାଇଁ ସୁପ୍ରିମକୋର୍ଟ ଏହି ସାମାଜିକ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଟେସ୍‌ଲା ଏବଂ ସ୍ପେସ ଏକ୍ସର ମାଲିକ ତଥା ବିଶ୍ୱର ନଂ ୧ ଆରବପତି ଏଲନ୍ ମସ୍କ ଏଥିରେ କ୍ରୋଧିତ ହୋଇ ମୋରେସ୍‌ଙ୍କୁ ବିଚାରପତି ଭାବରେ କାର୍ଯ୍ୟ କରୁଥିବା ଜଣେ ମନ୍ଦ ଶାସକ ବୋଲି କହିଛନ୍ତି। ମୋରେସ୍ ବ୍ରାଜିଲରେ ଗଣତନ୍ତ୍ର ଧ୍ୱଂସ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ମସ୍କ ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ମୁକ୍ତ ବକ୍ତବ୍ୟ ଗଣତନ୍ତ୍ରର ମୂଳଦୁଆ ଏବଂ ବ୍ରାଜିଲର ଜଣେ ନିର୍ବାଚିତ ଛଦ୍ମ-ବିଚାରପତି ଏହାକୁ ରାଜନୈତିକ ଉଦ୍ଦେଶ୍ୟରେ ନଷ୍ଟ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking