22.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶ୩୧ ମାର୍ଚ୍ଚ ପରଠୁ ଏହି ୮ଟି ବ୍ୟାଙ୍କ ଚେକ୍ ନେବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ

୩୧ ମାର୍ଚ୍ଚ ପରଠୁ ଏହି ୮ଟି ବ୍ୟାଙ୍କ ଚେକ୍ ନେବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଯଦି ଆପଣ ଚେକ୍ ମାଧ୍ୟମରେ ନେଣ ଦେଣ କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । କାରଣ ୩୧ ମାର୍ଚ୍ଚ ୨୦୨୧ ପରେ କିମ୍ବା ୧ ଏପ୍ରିଲ ୨୦୨୧ରୁ ଦେଶରେ ପ୍ରାୟ ୮ ଟି ବ୍ୟାଙ୍କର ଚେକ୍ ସଂପୂର୍ଣ୍ଣ ଭାବରେ ରଦ୍ଦ ହୋଇଯିବ । ଏମିତି ହେବାର କାରଣ ହେଲା ଯେ, ଏହି ୮ ବ୍ୟାଙ୍କଙ୍କୁ ଅନ୍ୟ ବଡ ବ୍ୟାଙ୍କ ସହ ମିଶ୍ରଣ କରାଯିବ । ଦେଶରେ ଯେଉଁ ବ୍ୟାଙ୍କର ମିଶ୍ରଣ କରାଯାଇଛି, ତା ମଧ୍ୟରେ ଡେନା ବ୍ୟାଙ୍କ, ବିଜୟା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ଆନ୍ଧ୍ରା ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ (ଓବିସି), ୟୁନାଇଟେଡ ବ୍ୟାଙ୍କ, ସିଣ୍ଡିକେଟ ବ୍ୟାଙ୍କ ଓ ଏହ୍ଲାବାଦ ବ୍ୟାଙ୍କ ରହିଛି । ଆସନ୍ତା ୧ ଏପ୍ରିଲ ୨୦୨୧ ପରଠୁ ଏହି ବ୍ୟାଙ୍କର ଚେକ୍ ଓ ପାସବୁକ ସଂପୂର୍ଣ୍ଣ ଭାବରେ ଅଦରକାରୀ ହୋଇଯିବ । ଯେତେବେଳେ ଆପଣ ଅନଲାଇନ ଟ୍ରାନଜାକ୍ସନ କରିବେ, ଆପଣଙ୍କୁ ନୂଆ ଆଇଏଫସି କୋଡ ଦେବାକୁ ପଡିବ । ଡେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ ବ୍ୟାଙ୍କ ଅଫ ବରୋଦାରେ ମିଶ୍ରଣ ହୋଇଥିବା ବେଳେ କର୍ପୋରେସନ ବ୍ୟାଙ୍କ ଓ ଆନ୍ଧ୍ରା ବ୍ୟାଙ୍କ ୟୁନିଅନ ବ୍ୟାଙ୍କ ସହ, ଓବିସି ଓ ୟୁନାଇଟେଡ ବ୍ୟାଙ୍କ ପଂଜାବ ନ୍ୟାସନାଲ ବ୍ୟାଙ୍କ ସହ, ସିଣ୍ଡିକେଟ ବ୍ୟାଙ୍କ କନାଡା ବ୍ୟାଙ୍କ ସହ ଓ ଏହ୍ଲାବାଦ ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କ ସହ ମିଶ୍ରଣ ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking