28.1 C
Bhubaneswar
Friday, April 26, 2024
Homeଅପରାଧନିଜ ଝିଅକୁ ୨ ବର୍ଷ କାଳ ଯୌନ ଶୋଷଣ କରି ଚାଲିଥିଲା ବାପା, ଆଉ ତା...

ନିଜ ଝିଅକୁ ୨ ବର୍ଷ କାଳ ଯୌନ ଶୋଷଣ କରି ଚାଲିଥିଲା ବାପା, ଆଉ ତା ପରେ..

ନୂଆଦିଲ୍ଲୀ: ବ୍ୟାଙ୍କ ମ୍ୟାନେଜର ପିତାଙ୍କ ଦ୍ୱାରା ନିଜର ହିଁ ୧୩ ବର୍ଷର ଝିଅକୁ ଦୁଇ ବର୍ଷ ପର୍ଯ୍ୟନ୍ତ ଯୌନ ଶୋଷଣ କରିଥିବା ମାମଲା ସାମ୍ନାକୁ ଆସିଛି । ନାବାଳିକା ମହିଳା ଥାନାରେ ନିଜ ବାପାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ଘଟଣା ବିହାର ମୁଜାଫରପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ଟାଉନ ଡିଏସପି ରାମନରେଶ ପାସଓାନଙ୍କ ନିର୍ଦ୍ଦେଶରେ ଟାଉନ ଓ ମହିଳା ଥାନା ପୁଲିସ ମୋତିହାରୀ ଯାଇ ଅଭିଯୁକ୍ତ  ବ୍ୟାଙ୍କ ମ୍ୟାନେଜର ଙ୍କୁ ଗିରଫ କରିଛି । ଟାଉନ ଡିଏସପି ନାବାଳିକା ଓ ତାର ବାପାଙ୍କୁ  ଲକ୍ଷ୍‌ମଣ ଦାସଙ୍କୁ ଅଲଗା ଅଲଗା ଭାବରେ ପଚରାଉଚୁରା କରିଛି । ଯୌନ ଶୋଷଣ ଅଭିଯୋଗରେ ତାଙ୍କୁ ଜେଲ ପଠାଇ ଦେଇଛି ପୋଲିସ ।
ଅଭିଯୁକ୍ତ ବ୍ୟାଙ୍କ କର୍ମଚାରୀ କହିଛି ଯେ, ସେ ମୋତିହାରୀରେ ଗ୍ରାମୀଣ ବ୍ୟାଙ୍କରେ ମ୍ୟାନେଜର ଅଛନ୍ତି । ତାର ପ୍ରଥମ ବିବାହ ୨୦ ବର୍ଷ ପୂର୍ବରୁ ହୋଇଥିଲା । ପ୍ରଥମ ପତ୍ନୀଙ୍କ ଠାରୁ ତାର ଏକ ପୁଅ ଓ ଝିଅ ଅଛନ୍ତି । ସେ ବାସ୍ତବରେ ବେଲା ଥାନା ର ମୂଳନିବାସୀ । ତାର କହିବା କଥା ହେଲା ଯେ. ତାର ପ୍ରଥମ ପତ୍ନୀ ତାର ଠିକ ଭାବରେ ଯତ୍ନ ନିଅନ୍ତିନି  ା ସେଥିପାଇଁ ସେ ୪ ମାସ ପୂର୍ବରୁ ଦ୍ୱିତୀୟ ବିବାହ କରିଛି । ଏଥିରେ ତାର ପ୍ରଥମ ପତ୍ନୀର ବି ସହମତି ଥିବା ସେ କହିଛି । ପିଡୀତା ନାବାଳିକା ଝିଅ ପୁଲିସକୁ କହିଛି ଯେ, ତାର ବାପା ତା ସହିତ ଦୁଇ ବର୍ଷ ଧରି ଯୌନ ଶୋଷଣ କରୁଥିଲେ । ଧମକ ବି ଦେଉଥିଲେ । ସେ ବି ଚୁପଚାପ ସବୁ ସହିଯାଉଥିଲା । ଶେଷରେ ଏହି କଥା ତାର ମାଙ୍କୁ ଜଣାପଡିଥିଲା । ସଂପୂଣ୍ଣ ଘଟମା ଜାଣିବା ପରେ ସେ ନାବାଳିକା ଝିଅକୁ ନେଇ ଥାନାରେ ପହଂଚି ମାମଲା ରୁଜୁ କରିଥିଲେ । ଏହି ମାମଲାରେ ମହିଳା ଥାନା ଅଧିକାରୀ ସମ୍ବେଦନା କୁମାରୀ କହିଛନ୍ତି, ନାବାଳିକାର ମେଡିକାଲ ଯାଂଚ ସରିଛି । ତଦନ୍ତ ପରେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking