32.1 C
Bhubaneswar
Sunday, July 27, 2025
Homeଓଡିଶାଆବାସ ଯୋଜନାରୁ ବଞ୍ଚିତ ବଣକା କେତକୀ

ଆବାସ ଯୋଜନାରୁ ବଞ୍ଚିତ ବଣକା କେତକୀ

ଧର୍ମଗଡ଼ : କେନ୍ଦ୍ର ଓ ରାଜ୍ୟ ସରକାର ନିରୀହ ଗରିବମାନଙ୍କ ପାଇଁ କରିଛନ୍ତି ଅନେକ ଯୋଜନା। ସେମାନଙ୍କ ପାଇଁ ଖର୍ଚ୍ଚ କରାଯାଇଛି କୋଟି କୋଟି ଟଙ୍କା। ହେଲେ ପ୍ରଶାସନିକ ଅବହେଳା ଓ ନିର୍ବାଚିତ ପ୍ରତିନିଧି ମାନଙ୍କ ଆନ୍ତରିକତା ଅଭାବରୁ ଯୋଜନାସବୁ ରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ। ଏଭଲି ଏକ ଦୁଃଖଦ ତଥା ଅଭାବନୀୟ ଚିତ୍ର ଦେଖିବାକୁ ମିଲିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କଦଲୀମୁଣ୍ଡା ପଞ୍ଚାୟତ ଅଧିନସ୍ଥ ହାତିପଖାନ ଗ୍ରାମରେ। ଏହି ଗାଁରେ ରୁହନ୍ତି ବଣକା କେତକୀ ଓ ତାଙ୍କ ସ୍ତ୍ରୀ ଗୋରିକା କେତକି। ଉଭୟଙ୍କ ବୟସ ଅଶି ଡେଇଁ ଲାଣି।ସେମାନେ ଏକ ଭଙ୍ଗା ଦଦରା ପଲିଥିନ୍ ଟଣା ହୋଇଥିବା ଘରେ ଦୁର୍ବିସହ ଜୀବନ ବିତାଉଥିବା ଦେଖିବାକୁ ମିଲେ।ଦିନରେ ଆଲୁଅ ଓ ରାତି ରେ ଜହ୍ନ ଦେଖାଯାଉଥିବା ଏହି ଘର କେତେବେଳେ ଯେ ଭାଙ୍ଗି ନ ଯିବ କିଏ କହିପାରିବ।ପୁଣି ବର୍ଷା ହେଲେ ଛତାଟେକି ରହିବାକୁ ପଡେ ବୋଲି ପ୍ରକାଶ କରନ୍ତି ଗୋରିକା କେତକୀ । ହେଲେ ସେମାନଙ୍କୁ ସରକାର ଙ୍କ ଆବାସ ଯୋଜନା ରୁ ମିଲିପାରନି ଘର ଖଣ୍ଡେ। ଏଣେ ଏକମାତ୍ର ପୁଅବହୂ ରହିବା ପାଇଁ ଘରଖଣ୍ଡେ ନଥିବାରୁ ବାହାର ଗାଁ ରେ ଯାଇ ରହୁଥିବାର ଜଣାପଡେ। ଏଭଲି ଏକ ଦୃଶ୍ଯ ଦେଖିଲେ ପ୍ରଶ୍ନ ଉଠେ ଆବାସ ଯୋଜନା କାହାପାଇଁ? ଘର ଖଣ୍ଡେ ପାଇବା ପାଇଁ ବାରମ୍ବାର ସ୍ଥାନୀୟ ପ୍ରତିନିଧି ଙ୍କୁ ଜଣାଇ ଥିଲେ ମଧ୍ୟ କେହି ଶୁଣନଥିବା ପ୍ରକାଶ କରନ୍ତି ଉଭୟ ସ୍ବାମୀ ସ୍ତ୍ରୀ। ଏପଟେ ପ୍ରଧାନମନ୍ତ୍ରୀ ହିତାଧିକାରୀ ତାଲିକା ରେ ସେମାନଙ୍କ ନାଁ ପୂର୍ବରୁ ଥିଲା ଓ ଏବେ ବାଦ ପଡିବାରୁ ସେମାନେ ଘର ପାଇପାରୁନଥିବା ପ୍ରକାଶ କରନ୍ତି ସ୍ଥାନୀୟ ନାଏବ ସରପଞ୍ଚ। ଏପରି ଏକ ଅସହାୟ ବୃଦ୍ଧ ଦମ୍ପତି କୁ ସରକାର ଙ୍କ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking