ଓଡ଼ିଶା ଅଭିଭାବକ ମହାସଂଘ, କଳାହାଣ୍ଡି ଜିଲ୍ଲା କମିଟି ପକ୍ଷରୁ ଗଣ ଧାରଣା

kalahandi parents association

କଳାହାଣ୍ଡି: ସାରା ରାଜ୍ୟରେ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକର ବର୍ଦ୍ଧିତ ସ୍କୁଲ ଫିଜ ପ୍ରତିବାଦରେ ଓଡ଼ିଶା ଅଭିଭାବକ ମହାସଂଘ ରାଜ୍ୟବ୍ୟାପୀ ଗଣଧାରଣା କରିଥିଲେ, ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କମିଟି ପକ୍ଷରୁ ମଧ୍ୟ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଛି ଅଭିଭାବକ ଗଣଧାରଣା ରେ ବସିଥିଲେ ।
ଭାରତର ଅନ୍ୟ କିଛି ରାଜ୍ୟରେ “ସ୍କୁଲ ଫି ରେଗୁଲେସନ ଅଡିନାନ୍ସ” ଦ୍ବାରା ସ୍କୁଲ ଫି ଆଦାୟ ଉପରେ ନିୟନ୍ତ୍ରଣ କରାଯାଇଥିବା ବେଳେ ଓଡ଼ିଶାରେ ଏହା ବାଦ ପଡିଛି । ଯାହାଫଳରେ ରାଜ୍ୟରେ ବେସରକାରୀ ସ୍କୁଲ ଫି ଆଦାୟ ଉପରେ କୌଣସି ନିୟନ୍ତ୍ରଣ ନାହିଁ । ରାଜ୍ୟ ସରକାର ଏହା ସଂକ୍ରାନ୍ତରେ “ସ୍କୁଲ ଫି ରେଗୁଲେସନ ଅଡିନାନ୍ସ” ଦ୍ବାରା ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକର ମନଇଚ୍ଛା ସ୍କୁଲ ଫି ଆଦାୟ ଉପରେ ନିୟନ୍ତ୍ରଣ ଆଣିବା ଦାବିରେ, ଅଭିଭାବକ ମହା ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ, କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
ପରେ ଭବାନୀପାଟଣା ଟାଉନ ଥାନା ଅଧିକାରୀ ସତ୍ୟ କୁମାର ନନ୍ଦଙ୍କ ହସ୍ତକ୍ଷେପ ଓ ବୁଝା ସୁଝା ଫଳରେ ଅଭିଭାବକ ମହାସଂଘ ଏହି ଗଣଧାରଣାରୁ ଓହରିଥିଲେ ।

LEAVE A REPLY

Please enter your comment!
Please enter your name here