28.1 C
Bhubaneswar
Friday, April 26, 2024
Homeଓଡିଶାସାଂବାଦିକଙ୍କ ବିୟୋଗରେ ଶୋକସଭା, ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବୀ

ସାଂବାଦିକଙ୍କ ବିୟୋଗରେ ଶୋକସଭା, ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବୀ

ବଲାଙ୍ଗିର, : ଜିଲ୍ଳା ସାମ୍ବାଦିକ ସଂଘ ପକ୍ଷରୁ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଦୁଇ ଜଣ କରୋନା ଯୋଦ୍ଧା ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓ କେ.ସିଏଚ୍‌. ରତ୍ନମ୍‌ଙ୍କ ଉଦ୍ଦେଶ୍ୟରେ ଏବଂ ନିକଟରେ ଇହଲୀଳା ତ୍ୟାଗ କରିଥିବା ଶାରଳା ପୁରସ୍କାରପ୍ରାପ୍ତ କଥାଶିଳ୍ପୀ ମନୋଜ କୁମାର ପଣ୍ଡାଙ୍କ ନିମନ୍ତେ ସାମ୍ବାଦିକ ସଂଘର ସମ୍ମିଳନୀ କକ୍ଷରେ ଆଜି ଏକ ଶୋକସଭା କରାଯାଇଥିଲା । ଦୁଇ କରୋନା ଯୋଦ୍ଧା ଏବଂ ଗାଳ୍ପିକଙ୍କ ଆତ୍ମାର ଶଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ସାମ୍ବାଦିକମାନେ ନିଜ ଶ୍ରଦ୍ଧାଂଜଳି ଅର୍ପଣ ସହ ସାମ୍ବାଦିକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ୍ ତୁରନ୍ତ ଘୋଷଣା କରନ୍ତୁ ବୋଲି ଦାବୀ କରିଥିଲେ ।ଏହା ସହ ସାମ୍ବାଦିକ କରୋନା ଯୋଦ୍ଧାଙ୍କ ମୃତ୍ୟୁବରଣ ପରେ ସେମାନଙ୍କ ପ୍ରତି ଉଚିତ ସମ୍ମାନ ଦିଆଯାଇ ନଥିବା ଯୋଗୁଁ ସମେବତ ସାମ୍ବାଦିକମାନେ କ୍ଷୋଭ ପ୍ରକାଶ କରିଥିଲେ । ଆହୁରି କରୋନାରେ ମୃତ୍ୟୁବରଣ କରୁଥିବା ସାମ୍ବାଦିକ କରୋନା ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ୧୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ନିଜ ପକ୍ଷରୁ ଘୋଷଣା କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ କଥା ରକ୍ଷା କରିବା ଦିଗରେ କୌଣସି ମନ୍ତବ୍ୟ ବି ପ୍ରଦାନ କରି ନଥିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସାମ୍ବାଦିକମାନେ ମତ ରଖିଥିଲେ । ସଂଘର ବରିଷ୍ଠ ସାମ୍ବାଦିକ ଉପଦେଷ୍ଟା ସତ୍ୟନାରାୟଣ ବେହେରା, ଗୋପବନ୍ଧୁ ଶତପଥୀ, ସଭାପତି ହରିନାରାୟଣ ପୂଜାରୀ, ଉପ ସଭାପତି ଆନଂଦ ଚଂଦ୍ର ସାହୁ, ସାଧାରଣ ସଂପାଦକ ବଳରାମ ମିଶ୍ର, ସୁଧୀର ମିଶ୍ର ମଂଚାସୀନ ଥିଲେ । ଅନ୍ୟମାନଙ୍କ ସହ ବରିଷ୍ଠ ସାମ୍ବାଦିକ ନବୀନ ପଶାୟତ, ସାଂଗଠାନିକ ସଂପାଦକ ଶରତ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ସୁନୀଲ ମହାନ୍ତି, ମୁକେଶ ବେହେରା, ଦୀପକ ପୁରୋହିତ, ଦେବାଶିଷ ମିଶ୍ର, ବିଷ୍ଣୁ ପ୍ରସାଦ କେଡ଼ିଆ, ପ୍ରଦୀପ୍ତ ମିଶ୍ର, ଶିଶିରକାନ୍ତ ଶତପଥୀ, ଶରତ କୁମାର ମହାକୁର, ସଚ୍ଚିଦାନନ୍ଦ ବଗର୍ତ୍ତି, ଘଟେଶ୍ୱର ମିଶ୍ର, ବିଧାନ ବଳ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking