26.1 C
Bhubaneswar
Friday, March 29, 2024
Homeଓଡିଶାକଟକରେ ଆଉ ୨୭ ପଜିଟିଭ ଚିହ୍ନଟ

କଟକରେ ଆଉ ୨୭ ପଜିଟିଭ ଚିହ୍ନଟ

କଟକ: ରାଜଧାନୀ ଭୁବନେଶ୍ୱର ପରେ ଏବେ କଟକରେ ବି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି କଟକରୁ ଆଉ ୨୭ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସରକାରୀ କ୍ୱାରେଣ୍ଟିନରୁ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ହୋମ୍ କ୍ୱାରେଣ୍ଟିନରୁ ୪ ଏବଂ ଲୋକାଲ କେସ ୩ଟି ରହିଛି । ଲୋକାଲ କେସ ମଧ୍ୟରୁ ୨ ଜଣ ପୁରୁଣା ରାଉସାପାଟଣାରୁ ଚିହ୍ନଟ ହୋଇଥିବା ସୂଚନା ରହିଛି । ଜଣେ ୫୦ ବର୍ଷୀୟା ମହିଳା, ଓ ଆଉ ଜଣେ ୩୦ ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜଣେ ଯୋବ୍ରା ମୁରାଦ୍ ଖାନ ପାଟଣାର ୫୬ ବର୍ଷୀୟ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତମାନ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୧କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣ ମୃତ୍ୟୁ ବରଣ କରିଛନ୍ତି ଏବଂ ୧୫୦ ଟି ଆକ୍ଟିଭ କେସ ରହିଛି । ଏନେି ସିଏମସି ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking