ମା’-ଝିଅଙ୍କୁ ମରଣାନ୍ତକ ଆକ୍ରମଣ : ୧ ଗିରଫ

ତିହିଡ଼ି : ତିହିଡ଼ି ଥାନା ଦୌଲତପୁର ପଞ୍ଚାୟତ ଅଧୀନ ଅର୍ଜୁନବିନ୍ଧା ଗ୍ରାମର କନକଲତା ବେହେରା ଏବଂ ତାଙ୍କ ଝିଅ ପୁଷ୍ପାଞ୍ଜଳିଙ୍କୁ ସେହି ଗ୍ରାମର କେତକ ବ୍ୟକ୍ତି ରବିବାର ରାତିରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଥାନାରେ ପୁଷ୍ପାଞ୍ଜଳି ଅଭିଯୋଗ କରିବା ପରେ ପୋଲିସ ଏକ ମକଦ୍ଦମା ରୁଜୁ କରି ସେହି ଗ୍ରାମର ନିର୍ଲିପ୍ତ ବେହେରାଙ୍କୁ ଗିରଫ କରିଛି । ଅଭିଯୋଗରୁ ପ୍ରକାଶ ଯେ, ମା ଓ ଝିଅ ଭଦ୍ରକରୁ ଘରକୁ ଫେରିବା ସମୟରେ ତାଙ୍କ ଘରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ । ସେମାନେ ଏହାର ପ୍ରତିବାତ କରିବାରୁ ଦୁର୍ଯ୍ୟୋଧନ ବେହେରା, ତାଙ୍କ ପତ୍ନୀ ବାସନ୍ତୀ, ବୁନୁ ବେହେରା, ସୁଶାନ୍ତ ବେହେରା, ଶରତ ବେହେରା, ନିର୍ଲିପ୍ତ ବେହେରା ପ୍ରମୁଖ ତାଙ୍କୁ ଆକ୍ରମଣ କରିଥିଲେ । ଜମିଜମାକୁ ନେଇ ଏହି ଆକ୍ରମଣ ହୋଇଥିବା ଜଣାଯାଇଛି । ଆକ୍ରମଣରେ ଗୁରୁତର ହୋଇଥିବା ମା’ ଓ ଝିଅକୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଅଭିଯୋଗକାରିଣୀ ଦାବି କରିଛନ୍ତି ।
https://onakhabar.com/2019/12/10/kidnap-2/