ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ

ବାଲେଶ୍ୱର:ବାଲେଶ୍ୱର ସଦର ଥାନା ଧୂଷୁଳି ନିକଟରେ ଲୁଟ । ଜଣେ ବ୍ୟାଙ୍କ ଏଜେଣ୍ଟ ତାଙ୍କ ବାଇକ ଯୋଗେ ଯାଉଥିବା ସମୟରେ ତାଙ୍କୁୁ ୩ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି । ବ୍ୟାଙ୍କ ଏଜେଣ୍ଟଙ୍କୁ ଦୁର୍ବୃତ୍ତ ମାନେ ହାଣି ତାଙ୍କ ବାଇକ ନେଇ ଯାଇଥିବା ଜଣାପଡିଛି । ତେବେ ଦୁର୍ବୃତ୍ତଙ୍କ ଉଦେଶ୍ୟ କ’ଣ ଥିଲା ତାହା ଜଣାପଡି ନାହିଁ । ସେମୋନେ ଟଙ୍କା ଲୁଟିବାକୁ ଆସି ହାଣିଲେ ହେଲେ ବାଇକ ନେଇ ଚମ୍ପଟ ମାରିଲେ । ସେମାନେ ବ୍ୟାଙ୍କ ଏଜେଣ୍ଟଙ୍କ ହାତକୁ ଆକ୍ରମଣ କରିଥିଲେ । ଯାହାଫଳରେ କର୍ମଚାରୀ ଜଣକ ଗାଡି ଛାଡିଦେଇଥିଲେ । ଏହାର ସୁଯୋଗ ପାଇ ସେମାନେ ଗାଡି ଧରି ସେଠାରୁ ଚମ୍ପଟ ମାରିଥିଲେ । ତେବେ କର୍ମଚାରୀ ଜଣଙ୍କ ହାତରେ ଆଘାତ ଲାଗିଥିବା ଜଣାପଡିଛି । କର୍ମଚାରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି । ଏନେଇ କର୍ମଚାରୀ ଜଣକ ପାଲିସରେ ଏତଲା ଦେଇଥିବା ଜଣାପଡିଛି ।
https://onakhabar.com/2019/12/10/1-dead-in-accident-3/