34.1 C
Bhubaneswar
Friday, March 29, 2024
Homeଓଡିଶାଦୁଷ୍କର୍ମରାରୀଙ୍କୁ ଆଉ ତ୍ରାହି ନାହିଁ, ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟରେ ଖୋଲିବ ୪୫ଟି ଫାଷ୍ଟଟ୍ରାକ କୋର୍ଟ

ଦୁଷ୍କର୍ମରାରୀଙ୍କୁ ଆଉ ତ୍ରାହି ନାହିଁ, ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟରେ ଖୋଲିବ ୪୫ଟି ଫାଷ୍ଟଟ୍ରାକ କୋର୍ଟ

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା ଜଘନ୍ୟ ହେବାରେ ଲାଗିଛି । କ୍ରୁରକାମୀଙ୍କ କାମନା ଆଗରେ ସର୍ବଦା ହାର ମାନୁଛି ନାରୀଟିଏ,ଏପରିକି ନିଷ୍ପାପ ଶିଶୁମାନେ ମଧ୍ୟ ଏମାନଙ୍କ ଦୃଷ୍ଟିରୁ ବାଦ ପଡୁ ନାହାଁନ୍ତି । ଦୁଷ୍କର୍ମ ପାଇଁ ଯେତେ କଡ଼ା ପଦକ୍ଷେପ ନିଆଗଲେ ମଧ୍ୟ ମନୁଷ୍ୟର ବିକୃତ ଚିନ୍ତାଧାରା ବଦଳିବାର ନାଁ ନେଉନି । ରାଜ୍ୟରେ ଅଦୁଷ୍କର୍ମ ମାମଲା ପଡ଼ି ରହିଛି କିନ୍ତୁ ନ୍ୟାୟିକ ପ୍ରକ୍ରିୟାରେ ମନ୍ଥରତା କାରଣରୁ ପୀଡ଼ିତା ନ୍ୟାୟ ପାଇ ପାରନାହାଁନ୍ତି । ବାରମ୍ବାର କୋର୍ଟକୁ ଦୌଡ଼ିଲେ ବି କିଛି ସୁଫଳ ମିଳୁନାହିଁ । ତେବେ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବାପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଦୁଷ୍କର୍ମକାରୀଙ୍କୁ ଯେପରି କଠିନ ଦଣ୍ଡ ମିଳିବ ସେଥିପାଇଁ ଖୋଲିବ ଫାଷ୍ଟଟ୍ରାକ୍ କୋର୍ଟ ।ଦୁଷ୍କର୍ମକାରୀଙ୍କୁ ଆଉ ତ୍ରାହି ନାହିଁ । ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ ଖୋଲିବ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ । ଏଥିରୁ ୨୧ ଟି କୋର୍ଟ କେବଳ ମହିଳା ଦୁଷ୍କର୍ମ ଓ ଅତ୍ୟାଚାର ଘଟଣା ପାଇଁ କାମ କରିବ । ଅନ୍ୟପଟେ ପ୍ରତିଷ୍ଠା ହୋଇସାରିଥିବା ଆଉ ୨୪ଟି ପୋସ୍କୋ କୋର୍ଟ ନାବାଳିକାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବେ । ଏନେଇ ସୂଚନା ଦେଲେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ।ଏହା ସହିତ ହାଇକୋର୍ଟରେ ବର୍ତ୍ତମାନ ଖାଲିପଡିଥିବା ୧୪ଟି ବିଚାରପତି ପଦ ତୁରନ୍ତ ପୂରଣ କରିବା ପାଇଁ ସେ ଦାବି କରିଛନ୍ତି । ସେ କହିଛନ୍ତି, ହାଇକୋର୍ଟରେ ବିଚାରପତି ପଦ ପୂରଣ ହେଲେ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking