ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିରେ ଦେଖିବାକୁ ମିଳୁଛି, ବିବାହ ଶେଷହେବା ପରେ ବର-ବଧୂଙ୍କ ବିଦାଇ ହେଉଛି । ଏହି ସମୟରେ ଶ୍ୱଶୁର ଜ୍ୱାଇଁଙ୍କୁ ଚପଲରେ ନିସ୍ତୁକମାଡ଼ ମାରୁଥିବା ନଜର ଆସୁଛି । ବିବାହ ଶେଷ ହେବାପରେ ଜ୍ୱାଇଁ ଯୌତୁକ ବାବଦକୁ ମୋଟରସାଇକେଲ ଦାବି କରିଥିଲେ । ତେବେ କନ୍ୟା ପିତା ଗରିବ ହୋଇଥିବାରୁ ସେ ତାଙ୍କ ସାମର୍ଥ୍ୟ ଅନୁଯାୟୀ ଯେତିକି ଯୌତୁକ ଦେବା କଥା ଝିଅକୁ ଦେଇ ସାରିଛନ୍ତି ବୋଲି କହିଥିଲେ । ଏହା ସତ୍ତ୍ୱେ ବି ଜ୍ୱାଇଁ ଯୌତୁକ ଦାବି କରି କହିଥିଲେ, ‘ଯେ ପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ ହୋଇ ନାହିଁ ସେ ଝିଅଙ୍କୁ ତାଙ୍କ ସାଥୀରେ ନେଇ ପାରିବେ ନାହିଁ ।
वाह ससुर जी…दामाद जी ने मोटरसाइकिल क्या मांगी, पिल पड़े चप्पल उतारकर….आनंद लीजिए पर दहेज नहीं….. @mmanishmishra @sanjayjourno @Shailendra_Mona pic.twitter.com/WQdOtojc5r
— manoj pamar (@ManojPamar) May 8, 2023
ଜ୍ୱାଇଁଙ୍କ ଏଭଳି ଦାବି ଶୁଣିବା ପରେ ଝିଅଙ୍କ ବୃଦ୍ଧ ବାପା ରାଗି ଯାଇଥିଲେ । ସେ ପାଦରୁ ଚପଲ ବାହାର କରି ଜ୍ୱାଇଁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଶ୍ୱଶୁରଙ୍କ ଠାରୁ ଚପଲ ମାଡ଼ ଖାଇବା ପରେ ବାଟକୁ ଆସି ଯାଇଥିଲେ ଜ୍ୱାଇଁ । ସେ ଚୁପଚାପ ଝିଅର ହାତ ଧରି ଆଗକୁ ବଢ଼ୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ତେବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି । କିଛିଲୋକ କହିଛନ୍ତି, ‘ଯୌତୁକ ପ୍ରଥାକୁ ବିରୋଧ କରିବା ଏଇଟା ଠିକ । କିନ୍ତୁ ଏଭଳି ଉପାୟରେ ବିରୋଧ କରିବା ଆଦୌ ଗ୍ରହଣୀୟ ନୁହେଁ ।