ଇସ୍ଲାମବାଦ: ପାକିସ୍ତାନରେ ସେନା ଯବାନଙ୍କ ଉପରକୁ ଆକ୍ରମଣ ଘଟଣାରେ ୪୭ ଜଣଙ୍କ ମୃତ୍ୟୁ। ୩୦ ଜଣ ଯବାନ ଆହତ ହୋଇଛନ୍ତି। ବଲୁଚ ଲିବରେସନ୍ ଆର୍ମୀ ମୁଖପାତ୍ର ଏନେଇ ଦାବି କରିଛନ୍ତି ।
ସେ କହିଛନ୍ତି , ସ୍ଥାନୀୟ ଭାରତୀୟ ସମୟ ସଂଧ୍ୟା ୫ଟା ୪୫ରେ ଏହି ଆକ୍ରମଣ କରାଯାଇଛି । ତୁର୍ବତ ସହରରୁ ୮ କିଲୋମିଟର ଦୂରରେ ଏହି ଆକ୍ରମଣ କରାଯାଇଛି । ଆକ୍ରମଣ ପାଇଁ ବିଏଲଏକୁ ଦାୟୀ କରାଯାଇଛି। ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରଠାରୁ ପାକିସ୍ତାନ ତାର ପଶ୍ଚିମ ସୀମାନ୍ତ ଅଞ୍ଚଳରେ ପୁଣି ଥରେ ଆତଙ୍କବାଦୀ ହିଂସା ବୃଦ୍ଧି ପାଇବାରେ ଲାଗିଛି ।