ଲଷ୍ମୀ ବସରେ ଅର୍ଥ ହେରଫେର ନେଇ ଏ ଜିଙ୍କ ରିପୋର୍ଟ ଉପରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ , ସରକାର ଗୋଟେ ନିରବଛିନ୍ନ ପ୍ରକ୍ରିୟା । ଗତ ସରକାରରେ ଲକ୍ଷ୍ମୀ ବସ୍ ରେ କ୍ଷତି ହେବା କଥା ସାମ୍ନାକୁ ଆସିଥିଲା । ଏବେ ୧୪୨୨ ବସ୍ କୁ ମୁଖ୍ୟମନ୍ତ୍ରୀ ସେବା ନାରେ ରି ରୁଟିଂ କରି ଚଲାଯାଇଛି । ଆମେ ଠିକ ସମୟରେ ଠିକ ବ୍ୟବହାର କରୁଛୁ । ଆମ ସରକାରରେ ଅର୍ଥ ହେରଫେର ହେବ ନାହିଁ। ଏ ଜି ରିପୋର୍ଟ ତର୍ଜମା କରି ପଦକ୍ଷେପ ନେବୁ । ଅନ୍ୟପଟେ ବାଲି ଚୋରା ଚାଲାଣ ନେଇ ଖଣି ମନ୍ତ୍ରୀ ବିଭୁତି ଜେନାଙ୍କ ପ୍ରତିକ୍ରିୟା । କହିଲେ , ବାଲି ଚୋରା ଚାଲାଣକୁ ଧର ପଗଡ଼ କରି ଧରିବା ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ବାଲେଶ୍ୱରରୁ ପଶ୍ଚିମବଙ୍ଗ ଚୋରା ଚାଲାଣ ହେଉଥିବା ୯୦ ଗାଡ଼ି ଧରିଛୁ । ରାଜସ୍ବ ସହ ଖଣି ବିଭାଗ ମିଳିତ ଭାବେ ଚଢ଼ାଉ କରାଯାଉଛି । ଗତ ମାସରେ କେବଳ ୫୧ ଲୋକଙ୍କୁ ଗିରଫ କରାଯାଇଛି । ଗତ ସରକାର ତୁଳନାରେ ବାଲି ଚୋରା ଚାଲାଣ ନିୟନ୍ତ୍ରଣକୁ ଆସିଛି ।










