26.1 C
Bhubaneswar
Saturday, July 5, 2025
Homeବ୍ରେକୀଙ୍ଗଆଦିବାସୀ ଅଞ୍ଚଳର କରୁଣ କାହାଣୀ; ସରକାରୀ ଯୋଜନା ମାରିଛି ଫେଲ୍

ଆଦିବାସୀ ଅଞ୍ଚଳର କରୁଣ କାହାଣୀ; ସରକାରୀ ଯୋଜନା ମାରିଛି ଫେଲ୍

ରଣପୁର: ସରକାରଙ୍କ ମାଳ ମାଳ ଯୋଜନା ଭିତରେ ହଜିଯାଇଛି ଏହି ଆଦିବାସୀ ଅଧ୍ୟୁଷିତ ଗାଁ । ଏ ହେଉଛି ସରକାରଙ୍କ ବାସ୍ତବିକ ବିକାଶ ନଗ୍ନ ଚିତ୍ର । ଯେଉଁଠାରେ ସରକାରଙ୍କ 5ଟି ଠାରୁ ଆରମ୍ଭ କରି ମୋ ସରକାର ସବୁ ଏଠାରେ ଫେଲ ମାରିଛି । ସରକାରଙ୍କର ନଜର ଆଡୁଅ ରେ ରହିଛି ଏହି ଆଦିବାସୀ ଇଲାକା । ଏହା କୌଣସି ଦୁର୍ଗମ ଅଞ୍ଚଳର ଦୃଶ୍ୟ ନୁହେଁ । ଏହା ହେଉଛି ଖୋର୍ଦ୍ଧା ଓ ନୟାଗଡ କୁସଂଯୋଗ କରୁଥିବା ୫୭ ନମ୍ବର ଜାତୀୟ ରାଜପଥ ଠାରୁ ମାତ୍ର ୮ km ଦୂର ରଣପୁର ବ୍ଲକ ର ସିନ୍ଦୁରିଆ ଗାଁ । ଏଠାରେ ବାସକରନ୍ତି ଏଗାର ପରିବାରର ୪୦ ଜଣ ସଦସ୍ୟ । ଦେଶ ସ୍ୱାଧୀନତାର ୭୩ବର୍ଷ ବିତିଯାଇଥିଲେ ବି ଏମାନଙ୍କ ପାଖରେ ନା ଅଛି ରହିବା ପାଇଁ ପକା ଘର ଖଣ୍ଡେ ନା ଗମନାଗମନ ପାଇଁ ରାସ୍ତା । ସରକାରଙ୍କର ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ହୋଇ ପାହାଡ଼ ପର୍ବତ ଘେରା ଜଙ୍ଗଲ ମଧ୍ୟରେ ଅନ୍ଧାରିମୂଳକ ଭାବେ ଜୀବନ ଵିତାନ୍ତି ଏଠାକାର ଆଦିବାସୀ । ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏମାନଙ୍କ ପାଇଁ ବହୁ ଉର୍ଦ୍ଧ ରେ । ଏମାନଙ୍କୁ ସ୍ପର୍ଶ କରିପାରିନି ଆଧୁନିକ ସଭ୍ୟତା ର ଚାକଚକ୍ୟ ପରିବେଶ । ସବୁଠୁ ଦୁଃଖ ର ବିଷୟ ଯଦି କୋୖଣସି ମହିଳାଙ୍କର ପ୍ରସବ ବେଦନା ହୁଏ ଗାଁକୁ ରାସ୍ତା ନଥିବାରୁ ମେଡିକାଲ ଯିବାକୁ ଆମ୍ବୁଲାନ୍ସ ଗାଁମଧ୍ୟକୁ ପ୍ରବେଶ କରିପାରେ ନାହିଁ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଗାଁକୁ ପ୍ରବେଶ ପୂର୍ବରୁ ଏକ ଲମ୍ବା ଫଳକ ଦେଖିବାକୁ ମିଳେ ଯାହା ହେଉଛି ବାହ୍ୟମଳ ମୁକ୍ତ ଗାଁ କିନ୍ତୁ ଏଠାରେ କୋୖଣସି ଘରେ ପାଇଖାନା ଦେଖିବାକୁ ମିଳେନା । ସରକାରଙ୍କ ବିକାଶ ମୂଳକ ଯୋଜନା ସତେ ଯେପରି ଏମାନଙ୍କ ପାଇଁ ଏକ ପ୍ରହସନ । ଆମେ ଖବର ସଂଗ୍ରହ କରିବାକୁ ଯିବାବେଳେ ସେଠାରେ ରଣପୁର ବ୍ଲକ ର କଂଗ୍ରେସ ସଭାପତି ପ୍ରସନ୍ନ ସାମନ୍ତରାୟ ସେଠାକାର ଲୋକମାନଙ୍କର ସୁବିଧା ଅସୁବିଧା ସମ୍ପର୍କ ରେ ଲୋକମାନଙ୍କ ସହ ଆଲୋଚନା କରୁଥିଲେ ।

ତେବେ ଏଠି ପ୍ରଶ୍ନ ଉଠେ କାହା ସ୍ୱାର୍ଥ ରେ ସରକାରଙ୍କ ମାଳ ମାଳ ଯୋଜନା । କଣ ପ୍ରଶାସନ ପାଖରେ ଏହି ଗାଁ ବିଷୟରେ ଖବର ନାହିଁ ନା ସବୁ ଜାଣିଶୁଣି ପ୍ରଶାସନ ଆଖି ବୁଜିଦେଇଛି । ଏଠାକାର ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେବି କୌଣସି ସୁଫଳ ମିଳିନାହିଁ । ତେବେ ବାକିରହିଲା କେବେ ଏହି ଗାଁ ପ୍ରତି ସରକାରଙ୍କର ଦୃଷ୍ଟି ପଡୁଛି ଏବଂ ଏମାନଙ୍କର ସମସ୍ୟା ର ସମାଧାନ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking