ମନ୍ଦିର ପରିସରରେ ହତ୍ୟାକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ରାଧାକୃଷ୍ଣ ମନ୍ଦିର ପରିସରରେ ଜଣେ ବ୍ୟକ୍ତିର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । କେହି ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଜଣାପଡିଛି। ମୃତ ବ୍ୟକ୍ତିଙ୍କ ନାମ କାଳିଆ ବୋଲି ସୂଚନା ମିଳିଛି। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁ ର କାରଣ ଜଣାପଡି ନଥିବା ବେଳେ ଏଭଳି ନୃଶଂସ ହତ୍ୟା ଘଟଣା ପଛରେ କଣ ରହସ୍ୟ ରହିଛି ଓ ଏହା ପଛରେ କାହାର ହାତ ରହିଛି ତାହା ବି ଜଣାପଡିନି । ପୋଲିସର ତଦନ୍ତ ପରେ ଘଟଣା ଉପରୁ ପରଦା ଉଠିବ । ମନ୍ଦିର ପରିସରରେ ଏପରି ଘଟଣା ଘଟିବା ନେଇ ସ୍ଥାନୀୟ ଅଞ୍ଚଲରେ ଆତଙ୍କର ବାତାବରଣ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here